ମୁଖ୍ୟ ଖବର ଭୟାବହ ଅଗ୍ନିକାଣ୍ଡ – ଗୋରୁ , ମେଣ୍ଢା ଜୀବନ୍ତ ଦଗ୍ଧ , ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ Angul OnlineFebruary 11, 2021February 11, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏଥିରେ ଦୁଇଟି ପରିବାରର ୬ ଟି ରହିବା ଘର ସମେତ ୮ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ଏହା ସହ ଅଗ୍ନିକାଣ୍ଡରେ ଗୋଟିଏ ଗୋରୁ ଓ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇ ଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ପଞ୍ଚୁ ବିଶ୍ବାଳଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ ନିଆଁ ମାଡି ଯାଇ ଗୁହାଳ ଘର ସମେତ ଶିଶିର ବିଶ୍ବାଳଙ୍କ ଘରକୁ ମଧ୍ୟ ମାଡି ଯାଇଥିଲା । ଗାଁ ଲୋକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଅନୁଗୁଳରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଉଭୟ ପରିବାରର ପିନ୍ଧା ଲୁଗାକୁ ଛାଡି ଦେଲେ ଅନ୍ୟ ସବୁ କିଛି ନିଆଁରେ ପୋଡ଼ି ସାରିଥିଲା । https://angulonline.com/wp-content/uploads/2021/02/WhatsApp-Video-2021-02-11-at-07.18.33.mp4 Advertisement
ଦୁର୍ଘଟଣାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ – ଅଳ୍ପକେ ବର୍ତ୍ତିଲେ ଦୁଇ ଝିଅ ଅନୁଗୁଳ – ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଗଲେ ଦୁଇଝିଅ । ମୋଟରସାଇକେଲକୁ ପଛପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ…
ଜିଲ୍ଲାପାଳଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର ଅନୁଗୁଳ – ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀମାନେ ସାଇବର ଅପରାଧୀଙ୍କ ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ଅନୁଗୁଳ…
ପୁଲିସ କବଜାରେ ୬ ଡକାୟତ ଅନୁଗୁଳ -(AO)- ଅନଗୁଳ ଜିଲ୍ଲା ତାଳଚେର ଥାନା ପୁଲିସ ହାବୁଡରେ ୬ ଡକାୟତ ଧରା ପଡିଛନ୍ତି । ତାଳଚେର , କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ…