ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ଏକ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର । ମୃତକ ଜଣକ ହେଲେ ଦୁର୍ଗାପୁର ଗ୍ରାମ ପ୍ରଧାନସାହିର ୪୫ ବର୍ଷୀୟ ସାଗର ପ୍ରଧାନ । ସୂଚନା ଅନୁସାରେ ଦୁର୍ଗାପୁର ଗ୍ରାମରେ ଦଣ୍ଡନୃତ୍ୟ ଚାଲିଥିବା ବେଳେ ସାଗର ପ୍ରଧାନ ଘର ନିକଟରେ ଥିବା ମଣ୍ଡପରେ ଶୋଇଥିଲେ । ଶୋଇଥିବା ବେଳେ କୈାଣସି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ ଆକ୍ରମଣ କରି ଫେରା ହୋଇଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଗର ପ୍ରଧାନଙ୍କ ମୃତ ଦେହ ପଡିଥିବା ସକାଳେ ଗ୍ରାମବାସୀ ଓ ପରିବାର ଲୋକମାନେ ଦେଖିବାକୁ ପାଇଥିଲେ । ଜରପଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିବା ସହିତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ସେହି ଗ୍ରାମର ଜୈନେକ ଯୁବକକୁ ଅଟକ ରଖି ପଚରା ଉଚରା ଚଳାଇଛି । ଏହି ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତାକୁ ନେଇ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ତଦନ୍ତ ପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
What’s your Reaction?
+1
1
+1
5
+1
2
+1
3
+1
11
+1
1
+1
4