ରାଜନୀତି ମୁକ୍ତା ଯୋଜନାର ସଫଳତା – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା Angul OnlineNovember 18, 2021November 19, 2021 ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ଗୁରୁବାର ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ସ୍ୱାଗତ କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ଗତ ସପ୍ତାହରେ ଏକ ଭିଡିଓ କନଫରେନ୍ସ ଜରିଆରେ ୫ଟି ସେକ୍ରେଟାରୀ ସହ ହୋଇଥିବା ବୈଠକରେ ପୌରାଞ୍ଚଳରେ ଅନେକ ଗୁଡିଏ ପ୍ରକଳ୍ପ ଯୋଜନା ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ । ଅନୁଗୁଳ ବିଧାୟକ ତଥା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯେତେ ଶୀଘ୍ର କାମ ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ । ଆଉ ଏହି ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଉନ୍ନତି ପାଇଁ ୬ କୋଟି ୮୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁଥିରେ ଏସଏସଜି ଓ ଜବ କାର୍ଡ ହୋଲଡରଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ । ଯାହାଦ୍ୱାରା କୋଭିଡ କଟକଣା ସମୟରେ ଗରିବ ଲୋକମାନେ କାମ ନ ପାଇ ଯେଉଁ ହଇରାଣ ହରକତ ହୋଇଛନ୍ତି ସେମାନେ ଏହାଦ୍ବାରା କିଛି ଲାଭ ପାଇ ପାରିବେ । ତେବେ ଏତେ ଶୀଘ୍ର ଆଉ ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ କରା ଯାଇଥିବାରୁ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ ସୂଚନା ଦେଇଥିଲେ ଯେ, ପୌରାଞ୍ଚଳରେ ମୋଟ ୧୦୦ଟି ପ୍ରକଳ୍ପ ପାଇଁ ଏହି ଅର୍ଥରାଶି ଖର୍ଚ୍ଚ ହେବ । ଏଥିରେ ଓପନ ଜିମ, ପାର୍କର ଉନ୍ନତି କରଣ, ଭେଣ୍ଡିଙ୍ଗ ଜୋନ ଆଦି କରାଯିବ ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡିର ନଗର ସଭାପତି ବୃନ୍ଦାବନ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁଜିତ ଦ୍ବିବେଦୀ, ଅଜିତ ଦ୍ଵିବେଦୀ , ବିଶ୍ୱରଞ୍ଜନ ସାହୁ, ମହିଳା ସଭା ନେତ୍ରୀ ମାଳିନୀ ସର, ଛାତ୍ରନେତା ଦେବକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧି – ସୁରଥ ବିଶ୍ବାଳ ଅନୁଗୁଳ – ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଓବିସି ବିରୋଧୀ…
ଛେଣ୍ଡିପଦାରୁ ସୁଶାନ୍ତ , ପାଲଲହଡାରୁ ମୁକେଶ , ସମ୍ବଲପୁର ସାସଂଦ ଭାବେ ଲଢିବେ ବବି ଅନୁଗୁଳ – ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ବିଜେଡି…
ଅନୁଗୁଳରେ ବିଜେଡିର ମହିଳା ପ୍ରାର୍ଥୀ !! ଅନୁଗୁଳ – ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ସାଂସଦୀୟ କ୍ଷେତ୍ର ଓ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି…