ଖେଳ ଓ ଖେଳାଳି ୧୦ମ ହେମସୁରପଡା କପ ଉଦଘାଟିତ Angul OnlineMarch 7, 2021March 8, 2021 ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚରେ ଅନୁଗୁଳ ମା ବୁଢୀ ଦଳ ଓ ନାଲକୋ ଜୁନିଅର ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ୨-୧ ଗୋଲରେ ନାଲକୋ ଜୁନିଅର ଦଳ ବିଜୟ ହାସଲ କରିଥିଲା । ଆଜିର ଏହି ମ୍ୟାଚକୁ ସୁରେଶ କୁମାର ଦାସ ପରିଚାଳନା କରିଥିବା ବେଳେ ଲାଇନରେ ଦିଲ୍ଲୀପ କୁମାର ରାଉତ ଏବଂ ସଲିଳ କୁମାର ବେହେରା ସହଯୋଗ କରିଥିଲେ । Advertisement
ଅନୁଗୁଳ କ୍ଲାସିକ୍ ବଡ଼ି ବିଲଡିଂ – ଭାଗ ନେଲେ ୧୧୯ ପ୍ରତିଯୋଗୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ପ୍ରତିଷ୍ଠାକୁ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ସଭାଘର ଠାରେ…
ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଫାଇନାଲରେ କମାଣ୍ଡୋ ୧୧ ଏବଂ ତେଲକୋଇ ଅନୁଗୁଳ – ଅନୁଗୁଳ ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଆଜି ( ବୁଧବାର) ଖେଳା ଯାଇଥିବା…
ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ ।…