ଖେଳ ଓ ଖେଳାଳି ୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍ସିପ୍ ହେବ ଅନୁଗୋଳରେ Angul OnlineJune 6, 2023June 6, 2023 ଅନୁଗୋଳ – ଅନୁଗୋଳ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ୨୯ ତମ ଓଡ଼ିଶା ରାଜ୍ୟ ଉଷୁ ଚମ୍ପିୟନ୍ସିପ୍ – ୨୦୨୩ ଆସନ୍ତା ୯ ତାରିଖରୁ ଅନୁଷ୍ଠିତ ହେବ । ତିନି ଦିନ ଧରି ହେବାକୁ ଥିବା ଏହି ଚମ୍ପିୟାନସିପ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏନେଇ ଉଷୁ ଜିଲା ସମ୍ପାଦକ ସୁଶାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି । ଏହି ପ୍ରତିଯୋଗିତରେ ୩୦ଟି ଜିଲାରୁ ୩ ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେବାକୁ ଥିବାବେଳେ ୫୦ ଜଣ କ୍ରୀଡ଼ା ପରିଚାଳକ ଅଂଶ ଗ୍ରହଣ କରିବେ । ଏହି କ୍ରୀଡ଼ାକୁ ରାଜ୍ୟ ଉଷୁ ଆସୋସିଏସନ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜନ କରାଯାଉଛି । ତେବେ ଏହି ପ୍ରତିଯୋଗିତାରୁ ରାଜ୍ୟସ୍ତରୀୟ ପ୍ରତିଯୋଗୀଙ୍କୁ ଚୟନ କରାଯିବ । ଏହି ପ୍ରତିଯୋଗୀତାରୁ ଖେଳାଳୀ ଚୟନ କରାଯାଇ ଆସନ୍ତା ଅଗଷ୍ଟ ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ବିହାର ଠାରେ ଆୟୋଜିତ ହେବାକୁ ଥିବା ୨୨ତମ ଜୁନିୟର ଜାତୀୟ ବାଳକ ଓ ବାଳିକା ଉଷୁ ଚମ୍ପିୟାନସିପରେ ଯୋଗ ଦେବେ । ସେହିଭଳି ମହାରାଷ୍ଟ୍ରର ପୁଣେ ଠାରେ ଜୁନ୍ ୨୬ ରୁ ଜୁଲାଇ ୧ ତାରିଖ ମଧ୍ୟରେ ୩୨ ତମ ସିନିୟର ଜାତୀୟ ବାଳିକା ଓ ବାଳକ ଉସୁ ଚମ୍ପିୟସିପ୍ରେ ଯୋଗଦେବେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ , ଜିଲ୍ଲା ଶାରିରୀକ ଶିକ୍ଷା ନିରିକ୍ଷକ ପ୍ରଶାନ୍ତ କୁମାର ସିହ୍ନା , କ୍ରୀଡ଼ା ଶିକ୍ଷକ ଦୋଳ ଗୋବିନ୍ଦ ଦଳେଇ , ଦୁଷ୍ମନ୍ତ କୁମାର ସାହୁ , ତପନ କୁମାର ସାମଲ ଏବଂ ଜିଲ୍ଲା ଉଷୁ ଆସୋସିଏସନ୍ ଉପସଭାପତି ବାସୁଦେବ ସାହୁ , କୋଷାଧ୍ୟକ୍ଷ ଅରୁଣ କୁମାର ନାଏକ ଆଦି ଯୋଗ ଦେଇଥିଲେ । Advertisement
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ ଭୁବନେଶ୍ୱର – କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪…
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ଚମ୍ପିୟାନ ଅନୁଗୁଳ – ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଦ୍ଵାରା ଆୟୋଜିତ ୧୦ମ ହେମସୁରପଡା କପ ଫୁଟବଲ କପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇ ଯାଇଛି…
ଜିଲା ପ୍ରଶାସନ ଓ ସାମ୍ବାଦିକ କ୍ରିକେଟ ମ୍ୟାଚ – ପ୍ରଶାସନ ଦଳ ବିଜୟୀ ଅନୁଗୁଳ – ଶନିବାର ଅନୁଗୁଳ ସାମ୍ବାଦିକ ଏକାଦଶ ଓ ଜିଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁତ୍ୱ…