ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନିକଟସ୍ଥ ଜରପଡା ଧବଳେଶ୍ବର ଶୈବ ପିଠରେ ଜୈନେକ ନାବାଳିକା ବିବାହ ଚଲିଥିବା ବେଳେ ଚାଇଡ୍ ହେଲପ୍ ଲାଇନ୍ , ଛେଣ୍ତିପଦା ସମନ୍ବିତ ଶିଶୁ ବିକାଶ ଓ ଜରପଡା ପୋଲିସ ଚଢାଉ କରି ନାବାଳିକା ବିବାହକୁ ବନ୍ଦ କରିବା ସହିତ ବର ଓ କନ୍ୟା ପରିବାରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରୀ ରହିଛି । ସୂଚନା ଅନୁସାରେ ଜରପଡା ଧବଳେଶ୍ବର ଶିବ ମନ୍ଦିରରେ ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କର ବିବାହ ଚାଲିଥିବା ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ସଦସ୍ୟ , ଛେଣ୍ଡିପଦା ସମ୍ବନୀତ ଶିଶୁ ବିକାଶ ଅଧିକାରୀଣି ସେବାଷ୍ଟିନା କୁଜୁର ଓ ସୁପର ଭାଇଜର ସ୍ନେହାପ୍ରଭା ମହାନ୍ତି ମନ୍ଦିରରେ ପହଞ୍ଚି ଥିଲେ । ନାବାଳିକା ବିବାହ ହେଉଥିବା ଯୋଗୁଁ ବିବାହକୁ ବନ୍ଦକରିବା ସହିତ ଜରପଡା ଥାନାକୁ ଖବର ଦେଇଥିଲେ । ଦୁର୍ଗାପୁର ଗ୍ରାମର ଜଣେ ଯୁବକ ବନ୍ତଳା ଅଞ୍ଚଳର ଜଣେ ୧୫ ବର୍ଷ ୧ମାସର ନାବାଳିକାଙ୍କୁ ମନ୍ଦିରରେ ବାହାଘର ହେଉଥିବା ବେଳେ ଖବର ପାଇ ପୁଲିସ ମନ୍ଦିରରେ ପହଞ୍ଚି ବର ଓ କନ୍ୟା ସହ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।
What’s your Reaction?
+1
1
+1
1
+1
+1
+1
12
+1
2
+1