ମନୋରଞ୍ଜନ ମହାସମାରୋହରେ ମା କାଲୁଣୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ Angul OnlineSeptember 4, 2023September 4, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଜରଡା ଗ୍ରାମର ମା’କାଲୁଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ବହୁ ଜନସମାଗମରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଜରଡା ଗ୍ରାମର ମା କାଲୁଣୀ ଦେବୀଙ୍କ ବାର୍ଷିକ ପୂଜା ରୀତି ନୀତି ରେ ଅନୁଷ୍ଠିତ ହୋଇଥାଏ।କୋଶଳା ର ମା ରାମଚଣ୍ଡୀ,ଅନୁଗୁଳର ମା ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ପରେ ମା କାଳୁଣୀ ଯାତ୍ରାକୁ ବହୁ ଶ୍ରଦ୍ଧାଳୁ ଅପେକ୍ଷା କରିଥାନ୍ତି।ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଆସ୍ଥା ଥିବାରୁ ବହୁ ଦୂର ଦୁରାନ୍ତରୁ ଭକ୍ତ ଛୁଟି ଆସନ୍ତି ଜରଡା ଗାଁ କୁ। ଘରେ ଘରେ କୁଣିଆ ,ବନ୍ଧୁ ବାନ୍ଧବ ଙ୍କ ଭିଡ଼ ଜମେ ଯାହାକି ଏକ ଭାଇଚାରାର ନିଦର୍ଶନ ହୋଇଥାଏ । ଭିଡକୁ ଦେଖି ମନ୍ଦିର ପାଖରେ ବେପାର ପସରା ମେଲେଇ ଥାନ୍ତି ବହୁ ବିପଣୀ । ପ୍ରତ୍ୟୁଷରୁ ଗ୍ରାମବାସୀ ଓ ଦେହୁରୀଙ୍କ ସହଯୋଗରେ ଯଥା ରୀତିନୀତି ଅନୁଯାୟୀ ପ୍ରଥମେ ଗ୍ରାମରେ ପୁଜାର୍ଚ୍ଚନା କରାଯାଇଥିଲା । ଏହାପରେ ଗ୍ରାମରୁ ଏକ ପାଟପଟୁଆର ମା’ଙ୍କ ପିଠସ୍ଥଳକୁ ଆଲାମ ନିଆଯାଇଥିଲା । ମଧ୍ୟରାତ୍ର ଯାଏ ରୀତିନିତି ଅନୁଯାୟୀ ପୂଜାପାଠ ସମ୍ପର୍ଣ୍ଣ କରାଯିବ । ଠାକୁରାଣୀଙ୍କ ପୀଠ ସ୍ଥଳରେ ମାନସିକ ଧାରୀ ଛୋଟ ପିଲାମାନଙ୍କର ମୁଣ୍ଡନ କରାଯାଇଥିବାବେଳେ ବିଭିନ୍ନ ମାନସିକ ନେଇ ଭକ୍ତ ମାନେ ମା’ଙ୍କ ନିକଟରେ ଅଧିଆ ପଡିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ପୀଠ ସ୍ଥଳରେ ଶାନ୍ତି ଶୃଙ୍ଖଳାରେ ମାଙ୍କର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଜରଡା ଗ୍ରାମ୍ୟ କମିଟର ପ୍ରତ୍ୟକ୍ଷ ସହଯୋଗରେ ବାର୍ଷିକ ଯାତ୍ରା ସୁରୁଖୁରୁରେ ଚାଲୁଅଛି । Advertisement
ଏସିଆ ବୁକ ଅଫ ରେକର୍ଡରେ ବାଲୁକା ଶିଳ୍ପୀ ରୁବେଲାଲଙ୍କ ବାଲୁକା କଳା ଅନୁଗୁଳ – ଚଳିତ ବର୍ଷ ବିଶ୍ଵ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ଜାତୀୟ ସ୍ତରୀୟ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ ।…
“ଗାନ୍ଧୀଙ୍କ ଓଡିଶା” ମଞ୍ଚସ୍ଥ ଅନୁଗୁଳ – ପ୍ରାୟ ଏକ ବର୍ଷ ପରେ ମଞ୍ଚକୁ ଫେରିଛନ୍ତି କଳାକାର । ଆଉ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଅଗମନର ୧୦୦ ବର୍ଷ ପୂର୍ତ୍ତି…
ଜମୁଛି ଡାଇମଣ୍ଡ ସର୍କସ – ଲାଗୁଛି ଭିଡ ଫାୟାର ଶୋ , ରିଙ୍ଗ ଡ୍ୟାନ୍ସ ସହ ଭୟଙ୍କର ମୋଟରସାଇକେଲ ଶୋ ଦର୍ଶକଙ୍କ ମନ ମୋହୁଛି ଅନୁଗୁଳ – ଦୀର୍ଘ ବ୍ୟବଧାନ ପରେ ପୁଣିଥରେ ଅନୁଗୁଳ ସହରରେ…