ମୁଖ୍ୟ ଖବର ଅନୁଗୁଳ କୋର୍ଟର କଣ୍ଟେନମେଣ୍ଟ ଜୋନ ଅବଧି ବଢିଲା Angul OnlineMay 24, 2021May 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କୋର୍ଟର କିଛି କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଅନୁଗୁଳ କୋର୍ଟକୁ କଣ୍ଟେନମେଣ୍ଟ କରାଯାଇଥିଲା । ଗତ ୧୭ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ କଣ୍ଟେନମେଣ୍ଟ ଭିତରେ ରହିବାକୁ ନିର୍ଦେଶ ଦିଆ ଯାଇଥିଲା । ତେବେ ବର୍ତ୍ତମାନ ମଧ୍ୟ କରୋନା ପରିସ୍ଥିତି ଥିବା ଯୋଗୁଁ ଏହି କଣ୍ଟେନମେଣ୍ଟ ଜୋନ ଅବଧି ବଢା ଯାଇଛି । ୨୪ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଠାରୁ ଆସନ୍ତା ୩ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟ ଭିତରେ କୋର୍ଟକୁ ବାହାର ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କୋର୍ଟ କାର୍ଯ୍ୟ ବନ୍ଦ ରହିଥିଲା ବେଳେ ଏହା ଭିତରେ କୋର୍ଟକୁ ବିଶୋଧନ କରାଯିବ । ପରେ ପୁଣି କୋର୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, କୋର୍ଟରେ କାମ କରୁଥିବା ଏକାଧିକ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । Advertisement
ପୁଲିସ ଫାୟାରିଂ ରେଞ୍ଜରୁ ଗୁଳି ଗାଁରେ – ଲୋକେ ଆତଙ୍କିତ ଅନୁଗୋଳ – ଅନୁଗୋଳ ସରଧାପୁର ଗାଁ ଜଙ୍ଗଲରେ ଥିବା ପୁଲିସ ଫାୟାରିଂ ରେଞ୍ଜର ଗୁଳି ଶନିବାର ସକାଳେ ଗାଁରେ ପହଞ୍ଚିଛି । ସୂଚନା ଅନୁସାରେ, ସକାଳେ ଗାଁର…
ପାଣିରେ ବୁଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସିବିଡା ଗ୍ରାମର ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡ଼ା ଥାନାରେ…
କୋଭିଡ କଟକଣା ଭିତରେ ମା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ତାଳଚେର – ତାଳଚେର ଗୋପାଳପ୍ରସାଦ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଆଜି ହେଉଛି ବାର୍ଷିକ ଯାତ୍ରା । ନଅ ଦିନ ବ୍ୟାପୀ ମା‘ଙ୍କ ଏହି ପୂଜା…