ସମସ୍ୟା ସାତ ମାସ ହେଲା ଦରମା ପାଇନାହାନ୍ତି ଆଶାକର୍ମୀ, ଜିଲ୍ଲାପାଳଙ୍କ ନିକଟରେ କଲେ ଅଭିଯୋଗ Angul OnlineAugust 30, 2022August 30, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ସେକ୍ଟରର ସମସ୍ତ ଆଶା କର୍ମୀ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଆଶା କର୍ମୀଙ୍କ ଅଭିଯୋଗ ହେଲା ଯେ ଦୀର୍ଘ ସାତ ମାସ ହେଲା ସେମାନେ ଦରମା ପାଇଁ ନାହାଁନ୍ତି । ଯାହା ଫଳରେ ସେମାନଙ୍କୁ ଚଳିବା ପାଇଁ ବହୁ ଅସୁବିଧାର ସମୂଖୀନ ହେବାକୁ ପଡୁଛି । ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ପ୍ରଥମେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଓ ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଯଦି ଯଥା ଶୀଘ୍ର ସେମାନଙ୍କୁ ତାଙ୍କ ପ୍ରାପ୍ୟ ନ ମିଳିବ ତା ହେଲେ ରାଜରାସ୍ତାକୁ ଉଲ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି । Advertisement
ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି…
ବିଭିନ୍ନ ସମସ୍ୟାର ସମାଧାନ ଦାବୀ ରେ ରାଜସ୍ବ କମିଶନରଙ୍କୁ ଦାବୀପତ୍ର ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଅନୁଗୁଳ ଜିଲ୍ଲା ସଚେତନ ନାଗରିକ ପକ୍ଷରୁ ଅନୁଗୁଳ ଗସ୍ତରେ ଥିବା ରାଜସ୍ବ କମିଶନର ଅନିଲ୍ ସାମଲଙ୍କୁ…
ନ୍ୟାୟ ପାଇବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି ଅନୁଗୁଳ – ଅନୁଗୁଳ ଥାନା କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗ୍ରାମର ଝରଣା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝରଣା ନାଏକଙ୍କ ଅଭିଯୋଗ…