ଆଠମଲ୍ଲିକ – ପାସେଞ୍ଜର ନେବାକୁ ନେଇ ଅଟୋ ଚାଳକଙ୍କୁ ନିର୍ଧୁମ ମାଡ । ଜଣେ ବସ ମାଲିକ ଏବଂ ତାଙ୍କ ସହଯୋଗୀ ମିଶି ଅଟୋରେ ପାସେଞ୍ଜର ନେଇ ଯିବାରୁ ଜଣେ ଅଟୋ ଚାଳକଙ୍କୁ ମାଡ଼ ମାରୁଥିବା ନଜରକୁ ଆସିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଏଭଳି ଘଟଣା ଅନଗୁଳ ଜିଲ୍ଲା ଆଠମଲ୍ଲିକରେ ଘଟିଛି । ସୂଚନା ଅନୁଯାଇ ଆଠମଲ୍ଲିକ ବସଷ୍ଟାଣ୍ଡ ନିକଟରୁ ଜଣେ ଅଟୋ ଚାଳକ କିଛି ପାସେଞ୍ଜର ନେଇ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ସେହି ସମୟରେ ଏକ ଘରୋଇ ବସର ମାଲିକ ଏବଂ ତାଙ୍କର କିଛି ସହଯୋଗୀ ମିଶି ଅଟୋ ଚଳକଙ୍କ ଉପରେ ଆକ୍ରମଣ କରି ଦେଇଥିଲେ । ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ବିଚ ରାସ୍ତାରେ ଅଟୋ ଚାଳକଙ୍କୁ ନିର୍ଧୁମ ମାଡ ମାରିଥିଲେ । ପାସେଞ୍ଜର ବସରେ ଯିବେ , ଅଟୋରେ କାହିଁକି ପାସେଞ୍ଜର ନିଆ ଯାଉଛି ବୋଲି ଅଭିଯୋଗ କରି ଏହି ମାଡ ହେଇଥିବା ଜଣା ପଡ଼ିଛି । ତେବେ ଏ ନେଇ ଥାନାରେ କୌଣସି ପ୍ରକାର ଅଭିଯୋଗ ହୋଇ ନଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1