ଆଞ୍ଚଳିକ ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ Angul OnlineDecember 8, 2021December 8, 2021 ଅନୁଗୁଳ – ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ । ତାକୁ ଉଦ୍ଧାର କରିବାକୁ ବନ ବିଭାଗର ପ୍ରୟାସ ଜାରି ରହିଥିବା ବେଳେ ପ୍ରାୟ ୩ ଘଣ୍ଟା ପରିଶ୍ରମ ପରେ ଭାଲୁକୁ ଉଦ୍ଧାର କରାଯାଇ ପାରି ଥିଲା । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା । କୂଅରେ ପଡି ଭାଲୁଟି ଗର୍ଜନ କରୁଥିବା ବେଳେ ଲୋକଙ୍କ ନଜର ପଡିଥିଲା । ସ୍ଥାନୀୟ ଲୋକ ବନ ବିଭାଗକୁ ସୂଚନା ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ବାଉଁଶ ଓ ଶିଡି ପକାଇ ପ୍ରାୟ ୩ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଭାଲୁଟି କୁଆରୁ ଉଦ୍ଧାର ପାଇ ଜନଗଳ ଆଡକୁ ପଳାଇ ଥିଲା । https://angulonline.com/wp-content/uploads/2021/12/WhatsApp-Video-2021-12-08-at-16.50.12.mp4 Advertisement
ଉଠା ଜଳ ସେଚନ ପାଇଁ ୨୩୯ କୋଟି ୨୭ ଲକ୍ଷ ଅନୁମୋଦନ – କୃତଜ୍ଞତା ଜ୍ଞାପନ କଲା ବିଜେଡ଼ି ଅନୁଗୁଳ – କଟକ ଓ ଅନୁଗୁଳ ଜିଲ୍ଲାରେ ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା ପାଇଁ ୪୬୬ କୋଟି ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…
ଦୁର୍ଘଟଣାରେ ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆରୁ ଟାଙ୍ଗିରି ରାସ୍ତାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଟାଙ୍ଗିରୀ ଗ୍ରାମ…