ବାଣିଜ୍ୟ ସବୁଠୁ ବଡ ଏବଂ ବୋଲ୍ଡ଼େଷ୍ଟ ପଲସର ଏବେ ଅନୁଗୁଳ ବଜାରରେ Angul OnlineJuly 18, 2024July 18, 2024 ଅନୁଗୁଳ – ୨୦୦୧ ଠାରୁ ଆରମ୍ଭ ହୋଇଥିବା ବଜାଜ ପଲସର ମୋଟରସାଇକେଲ ସବୁବେଳେ ସବୁ କ୍ଷେତ୍ରରେ ଆଗରେ ରହିଆସିଛି । କାର୍ଯ୍ୟଦକ୍ଷତା, ଷ୍ଟାଇଲ , ବୈଶିଷ୍ଟ , ପ୍ରଯୁକ୍ତିବିଦ୍ୟା ରେ ଶ୍ରେଷ୍ଠତା ଦେବା କାରଣରୁ ପଲସର ଆଜି ପର୍ଯ୍ୟନ୍ତ ସ୍ପୋର୍ଟସ୍ ବାଇକ୍ ସେଗମେଣ୍ଟରେ ପ୍ରାଧାନ୍ୟ ପାଇ ପାରିଛି । ଏହି କ୍ରମରେ ବଜାଜ ପଲସର NS 400Z ଏଠାରେ ଅନୁଗୁଳରେ ବଜାର ପ୍ରବେଶ କରିଛି । ଏହି ପଲସର NS 400Z ର ମୁଖ୍ୟ ବୈଶିଷ୍ଟ ଗୁଡ଼ିକ ହେଲା ମସକୁଳାର ଷ୍ଟ୍ରିଟ ଫାଇଟର ଡିଜାଇନ ସହ 40 PS (29.42 kW) ଶକ୍ତି କାର୍ଯ୍ୟଦକ୍ଷତା ରହିଛି । ଏହା ସହ ଚାରୋଟି ରୋମାଞ୍ଚକର ରାଇଡ୍ ମୋଡ୍ (ଟ୍ରାକ୍ସନ୍ କଣ୍ଟ୍ରୋଲ ସହିତ ରୋଡ୍, ବର୍ଷା, କ୍ରୀଡା, ଅଫ୍ ରୋଡ୍) ରହିଛି । ଏତଦବ୍ୟତୀତ ଏହି ପଲସରରେ ଟର୍ଣ୍ଣ ବାଇ ଟର୍ଣ୍ଣ ନେଭିଗେସନ , କଲ ଏବଂ ମେସେଜ ଆର୍ଲଟ , ମ୍ୟୁଜିକ କଣ୍ଟ୍ରୋଲ , ଏଲ ଇ ଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ ଭଳି ସୁବିଧା ରହିଛି । ଏହିପରି ରୋମାଞ୍ଚକର ବୈଶିଷ୍ଟ ଥିବା ଏହି ପଲସର NS 400Z ର ମୂଲ୍ୟ ମାତ୍ର ୧୮5, ୦୦୦ / – (ଏକ୍ସ ଶୋ’ରୁମ୍, ଅନୁଗୁଳ ) ରହିଛି । ଚାରୋଟି ଆକର୍ଷଣୀୟ ରଙ୍ଗରେ ଏହି ପଲସର ଉପଲବ୍ଧ ଥିବା ବେଳେ ଜମୁନା ଅଟୋରେ ଏହାର ବଜାର ପ୍ରବେଶ ବେଳେ ଅନୁଗୁଳ ଅଂଶୀଦାର ସନ୍ତୋଶ କୁମାର ଅଗ୍ରୱାଲ, ଗିରିଜା ଶଙ୍କର ଅଗ୍ରୱାଲ, ନିଖିଲ ଅଗ୍ରୱାଲ, ଅନେକ ଗ୍ରାହକ, ଶୋ’ରୁମ୍ କର୍ମଚାରୀ ଏବଂ ଫାଇନାନ୍ସର ଉପସ୍ଥିତ ଥିଲେ । Advertisement
Honda Activa EV – ଫୁଲ୍ ଚାର୍ଜରେ ଚାଲିବ 102KM ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ୍ ହୋଇଛି । କମ୍ପାନୀ ଏହି 2 ଇଲେକ୍ଟ୍ରିକ…
ମୋବାଇଲ ବିକ୍ରେତାଙ୍କ ଅନଶନ ଅନୁଗୁଳ – ଚାଇନିଜ୍ ଅପୋ ବ୍ରାଣ୍ଡର ନୂତନ ମଡେଲ କେ ସିରିଜର ବିକ୍ରୟ କେବଳ ଅନଲାଇନ ବିଦେଶୀ ଇ-କମର୍ସ କମ୍ପାନୀ ମାଧ୍ୟମରେ ହେଉ ଥିବାରୁ ଆଜି ଅପୋ…
କୋଭିଡ-୧୯ ସମୟରେ ସହାୟତା ପାଇଁ ଜେଏସ୍ପିଏଲ୍କୁ ମହତ୍ମା ସମ୍ମାନ -୨୦୨୦ ଭୁବନେଶ୍ବର – କୋଭିଡ-୧୯ ମହାମାରୀ ମୁକାବିଲାରେ ସ୍ଥାନୀୟ ପ୍ରଶାସନ ଓ ଲୋକ ମାନଙ୍କୁ ସହାୟତା କାର୍ଯ୍ୟ ନିମନ୍ତେ ଭାରତର ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରଲିଃ…