ଆଞ୍ଚଳିକ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ପାଳିତ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାର ବରପୁତ୍ର ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବିଜେଡି ସୁସୁଡା ପଞ୍ଚାୟତ ପକ୍ଷରୁ ଅନୁଗୋଳ କଲେଜ ଛକ ଠାରେ ଦହି ସରବତ ବିତରଣ କରାଯାଇଥିଲା। ସୁସୁଡା ସମିତି ସଭ୍ୟା, ଚିତ୍ତରଞ୍ଜନ ସେନାପତି ଓ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଅନୁଗୋଳ ବ୍ଲକ ବାଳୁଅକଟା କ୍ରିଏଟିଭ କଲେଜ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ୧୫୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଓଡିଶା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ଓଡିଶା ମୋ ପରିବାର ସହ ସଂଯୋଜକ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ଅନୁଗୋଳ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ଅଜିତ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଆନୁକୂଲ୍ୟରେ ଅନୁଗୋଳ ଜିଲ୍ଲା ସଭାଘର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ମାନ୍ୟବର ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ, ମାନ୍ୟବର ଖଣି ଓ ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମାନ୍ୟବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମାନ୍ୟବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ଃ ନୃସିଂହ ସାହୁ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରଣୀ ନାଏକ, ମାନ୍ୟବର ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ, ମାନ୍ୟବର ବିଧାୟକ ଶ୍ରୀ ମୁକେଶ ପାଳ ଏବଂ ୧୨୦୦ରୁ ଉର୍ଦ୍ଧ୍ବ ଅଦ୍ୱୈତ ପ୍ରେମୀ ଉପସ୍ଥିତ ଥିଲେ । Advertisement
ଗାଁ ଭିତରେ ହାତୀ ଛୁଆ ଅନୁଗୁଳ – ଅନୁଗୁଳ ବନାଞ୍ଚଳରେ ହାତୀପଲରୁ ଏକ ହାତୀ ଛୁଆ ଅଲଗା ହୋଇ ରହିଛି। ଛୁଆଟିକୁ ବନ ବିଭାଗ ହାତୀ ମେଳକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ…
ସ୍ଵାମୀ ଘର ଆଗରେ ସ୍ତ୍ରୀର ଧାରଣା ଅନୁଗୁଳ – ପ୍ରଥମ ସ୍ତ୍ରୀ ଥାଇ ଦ୍ଵିତୀୟ ବିବାହ କରିବାରୁ ଅନୁଗୁଳ ସଦର ଥାନାରେ ଜଣେ ମହିଳା ଅଭିଯୋଗ କରିବା ସହ ସ୍ବାମୀଙ୍କ ଘର ଆଗରେ ବସି…
ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପରିବେଶ ସମ୍ବନ୍ଧିୟ ଜନଶୁଣାଣୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲ ଛେଣ୍ଡିପଦା ତହସିଲର କଙ୍କରାଇ ଗ୍ରାମ ପଂଚାୟତର ପିଢଖମଣ ଠାରେ ଗୁରୁବାର ପ୍ରସ୍ତାବିତ ସୁଭଦ୍ରା ଖୋଲାମୁହଁ କୋଇଲା ଖଣି ନିମନ୍ତେ ପ୍ରଦୂଷଣ ବିଭାଗ…