ରାଜନୀତି ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ଭେଟିଲେ ବିଜେପିର ବିଧାୟକ ଟିମ Angul OnlineJanuary 11, 2023January 11, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଦିନ ପୂର୍ବରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେପି ପକ୍ଷରୁ ବୁଧବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ବିଧାୟକ ନାଉରି ନାଏକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି , ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଭାଗିରଥି ପ୍ରଧାନ ପ୍ରମୁଖ ଏକ ପ୍ରତିନିଧି ଦଳ ଅନୁଗୁଳ ଜିଲ୍ଲାର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଚାରୋଟି ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଛେଳିଆପଡା, ଅଙ୍ଗାରବନ୍ଧ, ବାରସିଂହା ଓ ଗଡ଼ସନ୍ତିରୀ ଗ୍ରାମର ଯଥାକ୍ରମେ ମୃତାହତ ହୋଇଥିବା ସୁବାସ ବିଶ୍ୱାଳ, ଅନିରୁଦ୍ଧ ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ ଓ ଅଜୟ ସାମଲଙ୍କ ପରିବାର ବର୍ଗ ଙ୍କୁ ଭେଟି ଥିଲେ । ରାଜ୍ୟ ସରକାରଙ୍କର ଅପାରଗତା କାରଣରୁ ଏଭଳି ଘଟଣାମାନ ଘଟୁଛି ବୋଲି ମୋହନ ମାଝି ପ୍ରକାଶ କରିଥିଲେ । କେନ୍ଦ୍ର ସରକାର ମୃତାହତ ପରିବାରଙ୍କୁ ଚାରି ଲକ୍ଷ କ୍ଷତିପୂରଣ ରାଶି ଦେଉଥିବା ବେଳେ ରାଜ୍ୟ ସରକାର କୋଡିଏ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ପରିବାରରୁ ଜଣକୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଥିଲେ । ଏବଂ ଜଙ୍ଗଲ ବିଭାଗ ଚାହିଁଥିଲେ ଏ ଘଟଣା ଘଟି ନଥାନ୍ତା କି ନିରୀହ ଲୋକଙ୍କ ଜୀବନ ଯାଇନାଥାନ୍ତା ବୋଲି ଶ୍ରୀ ମାଝି ପ୍ରକାଶ କରିଥିଲେ । ରାଜ୍ୟ ସରକାର ଏ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବୀ କରିଥିଲେ । ଏ ସମସ୍ତ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇବା ସହ ଆସନ୍ତା ବିଧାନସଭାରେ ଉପସ୍ଥାପନା କରାଯିବାକୁ ବିଧାୟକ ମାନେ ପ୍ରକାଶ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ । Advertisement
ସାଂସଦ ମହେଶ ସାହୁଙ୍କ ଜନ ସମ୍ପର୍କ ବୈଠକ ଅନୁଗୁଳ – ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ସ୍ଥିତ ଶିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ଜନସମ୍ପର୍କ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା…
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…
ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ଅନୁଗୁଳ – ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ଘୋଷଣା କରା ଯାଇଛି । ଦଳ ପକ୍ଷରୁ ଦେଶର ୧୫୧…