ପ୍ରଧାନମନ୍ତ୍ରୀଙ୍କ ଉପରେ  ହତ୍ୟା ଷଡ଼ଯନ୍ତ୍ର ପ୍ରତିବାଦରେ ବିଜେପିର ମୌନ ଧାରଣା

ପ୍ରଧାନମନ୍ତ୍ରୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ପ୍ରତିବାଦରେ ବିଜେପିର ମୌନ ଧାରଣା

ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଦିନ ଶିମିଳିପଡା ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି  ଆଗରେ ମୌନ ଧାରଣା ଦିଆ ଯାଇଥିଲା । ପଞ୍ଜାବରେ କଂଗ୍ରେସ ସରକାର ଦ୍ଵାରା ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ ଓ ହତ୍ୟା ଷଡଯନ୍ତ୍ରର ପ୍ରତିବାଦରେ ଏହି ମୌନ ଧାରଣା କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ବିଜେପି ପକ୍ଷରୁ କୁହା ଯାଇଛି । କଂଗ୍ରେସର ଏଭଳି ଦେଶଦ୍ରୋହ କାର୍ଯ୍ୟକୁ ଭାରତବାସୀ କେବେ କ୍ଷମା ଦେବେନାହିଁ ବୋଲି ବିଜେପି କୁହା ଯାଇଥିବା ବେଳେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମୌନ ଧାରଣା କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡନାୟକ , ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକରିଣୀ ସଦସ୍ୟା ରୋଜାଲୀନ ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସଭନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ , କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ , ଯୁବମୋର୍ଚା ସଭାପତି ସୁଦୀପ୍ତ ସ୍ୱାଇଁ , ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଏସ କେ ମିନା ଉଦିନ, ଜିଲ୍ଲା ଉପ ସଭନେତ୍ରୀ ସୁଜାତା ଦାସ, ଜିଲ୍ଲା ସମ୍ପାଦକ ସୋମନାଥ ରାଉତ, ସମ୍ପାଦିକା ନମିତା ଦଳ ବେହେରା, କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ସୁଶିସ୍ମିତା ତ୍ରିପାଠୀ, ସମୀର ପରିଡା, ପୁରୁଷୋତ୍ତମ ନାୟକ, ଏମ୍ ଡି ସବୀର, ନିର୍ମଳ ସାହୁ, ରାକେଶ ସାମଲ, ସୁନିତା ନାଏକ, ଚିତ୍ତରଞ୍ଜନ ସାମନ୍ତ,ଲକ୍ଷଣ ସାହୁ,ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply