ଅପରାଧ ନିଖୋଜ ଯୁବକଙ୍କ ମୃତ ଦେହ ଗାଡ଼ିଆରୁ ଉଦ୍ଧାର – ହତ୍ୟା ନା ଦୁର୍ଘଟଣା !! Angul OnlineSeptember 30, 2021September 30, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁ ନିକଟରୁ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଲେ କାଳିଆକଟା ଗ୍ରାମର ଡିଲେଶ୍ୱର ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ କାଳିଆକଟା ଗ୍ରାମ ଗଞ୍ଜିଆସାହିର ଡିଲେଶ୍ୱର ପ୍ରଧାନ ଗତ ସୋମବାର ଜଣେ ସମ୍ପର୍କିୟଙ୍କୁ ଛାଡିବାକୁ ଘରୁ ଆସି ଘରକୁ ଫେରିନଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଲେଶ୍ଵର ଘରକୁ ନ ଫେରିବାରୁ , ପରିବାର ଲୋକେ ଖୋଜାଖୋଜି କରିଥିଲେ । ଅନେକ ସମୟ ଧରି ଖୋଜାଖୋଜି ପରେ ତାଙ୍କୁ ନପାଇବାରୁ ନିଶା ଥାନାରେ ପରିବାର ଲୋକ ଡିଲେଶ୍ଵରଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ । ତେବେ ଆଜି କାଳିଆକଟା ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ଗାଡିଆରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଗ୍ରାମର କଛି ଲୋକ ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଆରେ ଭାସୁଥିବା ଶବକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ମୃତକ ଜଣକ କାଳିଆକଟା ଗ୍ରାମର ଡିଲେଶ୍ଵର ବୋଲି ଜଣାପଡିଛି । ପୁଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ଅପରପକ୍ଷେ ନିଖୋଜର ତିନିଦିନ ପରେ ଡିଲେଶ୍ଵରଙ୍କ ମୃତଦେହ ଗାଡିଆରୁ ମିଳିବା ଏବଂ ଯେଉଁ ଭଳି ଅବସ୍ଥାରେ ମୃତ୍ୟୁ ହୋଇଛି ତାକୁ ନେଇ ଡିଲେଶ୍ଵରଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଗ୍ରାମବାସୀସନ୍ଦେହ କରୁଛନ୍ତି । ସେପଟେ ଏହା ହତ୍ୟା ନା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୁଲିସ କହିଛି । Advertisement
ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ସଦର ଥାନା କୁମୁରିସିଂହା ଗ୍ରାମରେ ଛଅ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ରାୟ ସୋମବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…
ମନ୍ଦିର ହୁଣ୍ଡି ବୋହିନେଲେ ଚୋର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ର ବହୁ ପ୍ରତିଷ୍ଠିତ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବିଲମ୍ବିତ ରାତିରେ…
ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ – ଥାନାରେ ମାମଲା ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଫଟୋରେ ଅଶ୍ଳୀଳ ଫଟୋ ଯୋଡି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଥିବା ନେଇ ଅଭିଯୋଗ ହୋଇଛି…