ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ବିଦ୍ୟୁତ ବିଭାଗ କ୍ୱାର୍ଟର ଲାଇନ ଅଞ୍ଚଳରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ହେଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ବିରେନ ଦେଉରିଆ । ବିରେନଙ୍କ ମୃତଦେହ ନିଜ କୋଠରୀ ପଙ୍ଖାରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ମୃତ ବିରେନଙ୍କ ନିଜ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ସେ କିଛି ମାସ ହେବ ରେଙ୍ଗାଳିରେ ଯୋଗଦେଇଥିଲେ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ । ପୁଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ।
What’s your Reaction?
+1
+1
+1
+1
+1
+1
+1