ଅପରାଧ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineMay 8, 2022May 8, 2022 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ହରିଚନ୍ଦନପୁର ଗ୍ରାମ ନିକଟସ୍ଥ ଥିବା ଜଙ୍ଗଲରୁ ଜଣେ ନାବାଳକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କୁନ୍ତୁ ସାହୁଙ୍କ ପୁଅ ରାଜା ସାହୁ । ସୂଚନା ଅନୁସାରେ , ଆଜି କିଛି ଲୋକ ସେହି ବାଟ ଦେଇ ଯାଉଥିବା ବେଳେ ରାଜାଙ୍କ ମୃତ ଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ରାଜାଙ୍କ ପରିବାର ଲୋକେ ଆସି ଏହା ରାଜା ବୋଲି ଚିହ୍ନଟ କରିବା ସହ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଗତ କାଲି ଦିନ ମଧ୍ୟାହ୍ନରୁ ରାଜାଙ୍କୁ ସେମାନେ ଖୋଜୁଛନ୍ତି କିନ୍ତୁ ପାଇନଥିଲେ । କିପରି ଆଉ କେଉଁ ପରିସ୍ଥିତିରେ ରାଜାଙ୍କ ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । Advertisement
ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଆଜି ଏକ ବଡ଼ ସଫଳତା ମିଳିଛି । କାରରେ ଚୋରା ମଦ ଚାଲାଣ ହେଉଥିବା ବେଳେ ଧରିବାରେ ସଫଳ…
ଭାତୃ ହତ୍ଯାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ୨୦୨୦ ମସିହା ଅପ୍ରେଲ ୧୦ ତାରିଖ ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗ ଗାଁରେ ଘଟିଥିବା ଏକ ହତ୍ୟା ମାମଲାର ରାୟ ଶୁକ୍ରବାର ଅତିରିକ୍ତ ଜିଲ୍ଲା…
ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…