ଆଞ୍ଚଳିକ ଆମ୍ବ ତୋଟାରୁ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର Angul OnlineJune 2, 2022June 2, 2022 ଅନୁଗୁଳ – ଅନୁଗୁଳ ସଦର ଥାନା କୁମୁରିସିଂହା ଗ୍ରାମର ଏକ ଆମ୍ବ ତୋଟାରୁ ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ କରୁଛି । ସୂଚନା ଅନୁସାରେ କୁମୁରିସିଂହା ଗ୍ରାମର ଅକ୍ଷୟ ନାଏକ ମଙ୍ଗଳବାର ଦିନ ୨ଟା ବେଳୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ତେବେ ଗ୍ରାମର କେତେକ ଲୋକ ଗତକାଲି (ବୁଧବାର) ସକାଳ ୯ଟା ବେଳକୁ କୌଣସି କାମରେ ଦେବ ମୁଣ୍ଡିଆକୁ ଯାଇଥିବା ବେଳେ ପାହାଡ଼ ନିକଟରେ ଥିବା ଆମ୍ବ ତୋଟାରେ ଅକ୍ଷୟଙ୍କ ମୃତ୍ୟୁ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଅକ୍ଷୟଙ୍କ ବେକରେ ଏକ ତାଳ ପତ୍ରର ଛାଲି(କୁରୁଟ) ବନ୍ଧା ହୋଇଥିଲା ଦେଖିବାକୁ ମିଳିଥିଲା । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଅକ୍ଷୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । Advertisement
ଟ୍ରକ ମାଲିକ ଓ ନାଲକୋ ବିବାଦ ତୁଟିଲା – ସେପଟେ ୧୬ ଟ୍ରକ ମାଲିକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଓ କୁଲାଡ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁ ନଥିବାରୁ ଟ୍ରକ ସଂଘ…
ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି…
ଦରଦାମ ବୃଦ୍ଧି ପ୍ରତିବାଦ – ବିଜୁ ମହିଳା ଜନତା ଦଳର ବିକ୍ଷୋଭ ଅନୁଗୁଳ – କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ସହ…