ଆଞ୍ଚଳିକ କେନାଲରୁ ନାବାଳକର ମୃତଦେହ ଉଦ୍ଧାର Angul OnlineNovember 3, 2022November 3, 2022 ଅନୁଗୁଳ – ଅନୁଗୁଳ ସହର ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଶଙ୍କର ଶେଖରଙ୍କ ପାଞ୍ଚ ବର୍ଷର ପୁଅ ଚିକୁ ଶେଖର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଶଙ୍କର ଯାଯାବର ସମ୍ପ୍ରଦାୟର ହୋଇଥିବା ବେଳେ ଅନୁଗୁଳ ଟାଉନ ହାଇସ୍କୁଲ ପାଖରେ ରୁହନ୍ତି । ଗତକାଲି ଦିନ ପ୍ରାୟ ୧ ଟା ବେଳୁ ଚିକୁ ଘରୁ କେଉଁଆଡ଼େ ଚାଲି ଆସିଥିଲେ । ତେବେ ଅପରାହ୍ନ ସୁଦ୍ଧା ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ମିଳି ପାରି ନଥିଲା । ଆଜି ସକାଳେ ତାଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ଲୋକ ପୁଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦମକଳ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ତେବେ କୌଣସି କାରଣରୁ ଚିକୁ ପାଣିରେ ଖସି ପଡି ଆଉ ବାହାରି ନ ପାରିବାରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । Advertisement
ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା…
ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ସହ ଆଇନଜୀବୀ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦଘାଟନ ତଥା…
ଜେଏସପିଏଲ – ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଅନୁଗୁଳ – ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ…