ଅପରାଧ ନିଖୋଜ ଯୁବକଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲା ପୋଖରୀରୁ ଉଦ୍ଧାର Angul OnlineDecember 8, 2023December 8, 2023 ଅନୁଗୁଳ – ଢେଙ୍କାନାଳ ପଥର ଖଣି ପୋଖରୀରୁ ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ହିନ୍ଦୋଳ ଅଗ୍ନିଶମ ବାହିନୀ ଓ ଅନୁଗୁଳ ପୁଲିସ । ମୃତ ଯୁବକଙ୍କ ନାଁ ବିକାଶ ବେହେରା । ୨୪ ବର୍ଷୀୟ ବିକାଶଙ୍କ ଘର ଅନୁଗୁଳ ଜିଲ୍ଲା କୋରଡ଼ା ଗ୍ରାମରେ । ଗତ କିଛିଦିନ ହେବ ସେ ନିଖୋଜ ଥିଲେ । ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଲୋ ଗ୍ରାମ ପଞ୍ଚାୟତ ନରହରିପୁର ଗ୍ରାମ ନିକଟ ଏକ ପଥର ଖଣିରୁ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିବାବେଳେ ମୋଟଙ୍ଗା ପୁଲିସ ଓ ଅନୁଗୁଳ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । Advertisement
ଉପ-ବାଚସ୍ପତିଙ୍କ ବାସଭବନ ଆଗରେ ପୁଲିସକୁ ଆକ୍ରମଣ(ଭିଡିଓ) ଅନୁଗୋଳ – ଅନୁଗୋଳ ବିଧାୟକ ତଥା ବିଧାନସଭା ଉପ – ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ଦୁଇ ଜଣ ଯୁବକଙ୍କ ଉନ୍ମତକାଣ୍ଡ ।…
ନକଲି ପୁଲିସ ଏବଂ ସହଯୋଗୀ ଗିରଫ ଅନୁଗୁଳ – ଗାଡି ଅଟକାଇ ଚାନ୍ଦା ଆଦାୟ କରୁଥିବା ବେଳେ ଦୁଇ ନକଲି ପୁଲିସ ଗିରଫ । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ରାସ୍ତାରେ ଗତକାଲି…
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…