ଅପରାଧ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineJanuary 14, 2023January 14, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅନ୍ତର୍ଗତ କଣଲୋଇରୁ କୋଡାନାଳି ଯାଇଥିବା ରାସ୍ତାର ନୁହୁରାଣୀ ନାଳ ନିିକଟରେ ଏକ ମହୁଲ ଗଛ ମୁଳରୁ ଅଜଣା ଯୁବକଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ମହୁଲ ଗଛ ମୁଳରେ ମୁହଁ ମାଡି ପଡିଥିବା କିଛି ଗାଈ ଚରାଳି ଦେଖିବାକୁ ପାଇଥିଲେ । ଏହା ଦେଖି ଗାଈ ଚରାଳି ମାନେ ଘଟଣା ସମ୍ପର୍କରେ କଣଲୋଇ ସରପଞ୍ଚ ଜନ୍ମେଜୟ ମାଝୀଙ୍କୁ ଜଣାଇଥିଲେ । ସରପଞ୍ଚ ବାଗଡିଆ ଥାନାକୁ ଖବର ଦେବା ପରେ ବାଗଡିଆ ଥାନା ଅଧିକାରୀ ମାନସ କୁମାର ମହାକୁଳ ଓ ପୋଲିସ କର୍ମଚାରୀ ମାନେ ପହଁଚି ଶବକୁ ପଞ୍ଚନାମା କରିବା ସହିତ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ ।ଶବର ପରିଚୟ ମିଳିନଥିବାରୁ ସରକାରୀ ନିୟମାନୁଯାୟୀ ଶବକୁ ୪୮ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ରଖାଯିବ ବୋଲି ଜଣା ପଡ଼ିଛି । ସେପଟେ ଯୁବକଙ୍କ ମୃତ୍ୟୁ କିଭଳି ହେଲା ସେ ନେଇ ପୁଲିସ ତଦନ୍ତ କରୁଛି । Advertisement
ଘରେ ନିଆଁ ଲଗାଇ ହତ୍ୟା ଘଟଣା – ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ୨୦୧୬ ମସିହାରେ ପୂର୍ବ ଶତ୍ରୁତାରୁ ଘରେ ଶୋଇଥିବା ବେଳେ ଛବି ନାଏକ ନାମକ ଜଣେ…
ଜିଲ୍ଲାରେ ବଢୁଛି ଲୁଟପାଟ୍ – ପୁଲିସ ପାଇଁ କଡା ଚ୍ୟାଲେଞ୍ଜ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୮/୦୯ – ଅନୁଗୁଳ ଜିଲ୍ଲା ଏବେ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି । ପୁଲିସ୍ ନିଷ୍କ୍ରିୟତା ଯୋଗୁଁ ଜିଲ୍ଲାରେ…
ଡିଜେ ବନ୍ଦ କରିବାରୁ ପୁଲିସକୁ ଆକ୍ରମଣ – ଘଟଣାରେ ୭ ଅଟକ ଅନୁଗୁଳ – ବିଳମ୍ବିତ ରାତି ଯାଏଁ କାର୍ତ୍ତିକେଶ୍ବର ପୂଜା ଭଷାଣି ଉତ୍ସବ ଚାଲୁଥିବା ବେଳେ ଅଭିଯୋଗ ପାଇ ଯାଇଥିବା କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୭…