ପାଲଲହଡା – ଶୁକ୍ରବାର ସନ୍ଧ୍ୟାରେ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହରୁ ଜଣେ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର କରାଯାଇଛି । ଗଣ ବଳାତ୍କାର ପରେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ପାଲଲହଡା ଥାନା ନନ୍ଦିନୀପାଲୀ ଗ୍ରାମରେ ଘଟି ଯାଇଛି । ସୂଚନା ଅନୁଯାଇ ଗତକାଲି ଉକ୍ତ ଗ୍ରାମର ବିବାହିତ ମହିଳା ରମ୍ଭା ନାୟକଙ୍କୁ ଗ୍ରାମର ଦୁଇ ଯୁବକ ଅଜୁ ନାଏକ ଓ ଗଉ ମହାକୁଳ ସନ୍ଧ୍ୟା ସମୟରେ ଘରୁ ଡାକି ନେଇଥିଲେ । ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରମ୍ଭା ଘରକୁ ଫେରି ନଥିଲେ । ସକାଳେ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ହେଲେ ସନ୍ଧ୍ୟାରେ ତାଙ୍କ ମୃତ ଦେହ ଅର୍ଦ୍ଧ ନିର୍ମିତ ଅଙ୍ଗନବାଡି ଗୃହ ଭିତରୁ ଠାବ କରା ଯାଇଥିଲା । ମୃତଦେହ ଦେଖିବା ପରେ ପାଲଲହଡା ପୁଲିସକୁ ସୂଚନା ଦିଆ ଯାଇଥିଲା । ଖବର ପାଇ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ଗଉ ମହାକୁଳକୁ ପୁଲିସ ଅଟକ ରଖି ପଚରା ଉଚୁରା ମଧ୍ୟ କରୁଛି । ହତ୍ୟାକାରୀ ମାନେ ଉକ୍ତ ମହିଳା ଙ୍କୁ ଗଣ ବଳାତ୍କାର କରିବା ପରେ ମହିଳାଙ୍କ ଅନ୍ତଃବୁଜୁଳା ବାହାର କରିଦେଇଥିବା ଦେଖିବାକୁ ମିଳିଛି । ଏଭଳି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମହିଳାଙ୍କ ମୃତଦେହ ଉଦ୍ଧାର – ଗଣ ବଳତ୍କାର ପରେ ହତ୍ୟା ଅଭିଯୋଗ
