ମୁଖ୍ୟ ଖବର କୂଅ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର Angul OnlineMarch 15, 2021March 15, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ରାଉତାଳ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସୋମବାର ସନ୍ଧ୍ୟାରେ ଗ୍ରାମବାସୀ ଏ ଘଟଣା ସମ୍ପର୍କରେ ଜାଣିବା ପରେ ଜରପଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ଜରପଡା ଥାନା ଅଧିକାରୀ ପ୍ରଦୀପ କୁମାର ପ୍ରଧାନ ଓ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ଅନୁଗୁଳ ଦମକଳ ବାହିନୀ ସହାୟତାରେ କୂଅ ଭିତରୁ ମୃତ ଯୁବକଙ୍କ ଶବ ଉଦ୍ଧାର କରିଥିଲେ । ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । କୂଅ ଉପରୁ ସମ୍ପୃକ୍ତ ଯୁବକଙ୍କ ଏକ ମନିପର୍ସ , ଏକ ଏଟିଏମ୍ କାର୍ଡ , ଗାଡ଼ି ରେଜିଷ୍ଟ୍ରେସନ କାର୍ଡ ଓ ଏକ ମୋବାଇଲ ପଡ଼ିଥିଲା । ଏହାସହିତ ସେଠାରୁ କିଛି ଦୂରରେ ଏକ ସିଡି ଡିଲକ୍ସ ମୋଟରସାଇକେଲ (ଓଡି – ୩୫ ସି – ୭୪୫୫) ଥିଲା । ଏହି ସବୁ କାଗଜ ପତ୍ର ଏବଂ ମୋଟରସାଇକେଲ ପୁଲିସ ତଦନ୍ତ ବେଳେ ଘଟଣାସ୍ଥଳରୁ ଜବତ କରିଛି । ପ୍ରାଥମିକ ତଦନ୍ତରୁ ମୃତକ ଜଣକ ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଗ୍ରାମର ପ୍ରଦୀପ ସାହୁଙ୍କ ପୁଅ ସଞ୍ଜୟ କୁମାର ସାହୁ ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ସମ୍ପୃକ୍ତ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏ ନେଇ ଜରପଡା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । Advertisement
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ…
ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ…
୧୫ ବେଆଇନ କୋଇଲା ଖଣିରେ ଚଢାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ଚଢ଼ାଉ କରି ୧୫ରୁ ଉର୍ଦ୍ଧ୍ବ ବେଆଇନ ଚୋରା ଖଣିରୁ…