ଆଞ୍ଚଳିକ ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineJune 1, 2023June 1, 2023 ଅନୁଗୋଳ – ଅନୁଗୋଳ ସହର ଆରଡି କଲୋନୀର ଡ୍ରେନରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଆଁକୁଲା ଗାଁର ଅକ୍ରୁର ସାହୁ ବୋଲି ଜଣା ପଡିଥିବା ବେଳେ ସେ ସେହି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଏହା ସହ ସେ ତାର୍ମିତ କଲୋନୀରେ ଏକ ଗ୍ୟାରେଜ କରିଥିବା ଜଣା ପଡ଼ିଛି । ବିଳମ୍ବିତ ରାତିରେ ସେ ନିଜ ଭଡା ଘରକୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ଡ୍ରେନରେ ପଡି ଯାଇଥିଲେ । ସେ ସେଠାରୁ ଉଠି ପାରି ନଥିବା ବେଳେ ସକାଳେ ସ୍ଥାନୀୟ ସେ ପଡିଥିବା ଦେଖିବାକୁ ପାଇଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଅନୁଗୋଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । Advertisement
ଗେଲ ଇଣ୍ଡିଆର ମନୋମୁଖୀ କାର୍ଯ୍ୟ ବିରୁଦ୍ଧରେ ତାତିଲେ ଗ୍ରାମବାସୀ – ଘେରିଲେ ତହସିଲ ଅଫିସ ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯାଉଥିବା , ଧାମରା ଗ୍ୟାସ ପାଇପ ଲାଇନ ନିମନ୍ତେ ଗେଲ ଇଣ୍ଡିଆ ଲିମିଟେଡ ଦ୍ବାରା ଛେଣ୍ଡିପଦା…
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
କୋଭିଡ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି ପୁଲିସ ଡିଜି ଅଭୟ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟତଃ ରାଜ୍ୟ ତଥା ଜିଲ୍ଲାରେ ବଢିଥିବା…