ଆଞ୍ଚଳିକ ଜଳିଗଲା ନନା ଜଳଖିଆ ଦୋକାନ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ପୁରୁଣା ଓ ପ୍ରସିଦ୍ଧ ଜଳଖିଆ ଦୋକାନ ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ବସଷ୍ଟାଣ୍ଡ ନିକଟରେ ଥିବା ନନା ଜଳଖିଆ ଦୋକାନରେ ହଠାତ ଅଗ୍ନିକାଣ୍ଡ ହୋଇଥିଲା । ସେତେବେଳକୁ ଗ୍ରାହକ କେହି ନଥିବା ବେଳେ ପ୍ରାୟ ୧୫ ଜଣ କର୍ମଚାରୀ ଭିତରେ ଜଳଖିଆ ପ୍ରସ୍ତୁତ କରୁଥିଲେ । ତେବେ ନିଆଁ ସଙ୍ଗେ ସଙ୍ଗେ ବ୍ୟାପି ସମ୍ପୂର୍ଣ୍ଣ ହୋଟେଲ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡି ଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଅଗ୍ନିକାଣ୍ଡ ଏତେ ଜୋରରେ ହୋଇଥିଲା ଯେ ସେହି ରାସ୍ତା ଦେଇ ଯିବା ଆସିବା ଅଧା ଘଣ୍ଟା ପାଇଁ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ଅଧଘଣ୍ଟା ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରି ପାରିଥିଲା । ଜଳଖିଆ ଦୋକାନ ପାଖରେ ଏକ କେବିନରେ ୱେଲଡିଂ କରାଯାଉଥିବା ବେଳେ ସେହି ୱେଲଡିଂ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । Advertisement
ଗାଁରେ ମାତିଛି ଭାଲୁ – ଭୟଭୀତ ଅଞ୍ଚଳବାସୀ କିଶୋରନଗର – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏବଂ କିଶୋରନଗର ଅଞ୍ଚଳରେ ଏବେ ଭାଲୁ ଭୟ ଘାରିଛି । ଗତ ଏକ ମାସ ଭିତରେ ଭାଲୁ ଆକ୍ରମଣରେ ପ୍ରାୟ…
ସୁଭଦ୍ରା ହତ୍ୟାକାରୀକୁ ଗିରଫ ଦାବିରେ ଗଣଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକ…
ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ସହ ଆଇନଜୀବୀ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଶୁଭ ଉଦଘାଟନ ତଥା…