ମୁଖ୍ୟ ଖବର ଖସି ପଡିଲା ବ୍ରିଟିସ ଅମଳର ପୋଲ – ଲୁହା ଚୋରି ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭୁଷୁଡିଲା Angul OnlineMarch 18, 2021March 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟରେ ସିଙ୍ଗିଡା ନଦୀରେ ସ୍ୱାଧିନତା ପୂର୍ବରୁ ନିର୍ମିତ ପୋଲ ଭୁସୁଡି ପଡିଛି । ଗତ କିଛି ଦିନ ତଳେ ଏହି ପୋଲର ଲୁହା ସବୁ ଚୋର କାଟି ଚୋରି କରି ନେଇଯିବା ପରେ ପୋଲାତି ବିପଦସଙ୍କୁଳ ଅବସ୍ଥାରେ ଝୁଲି ରହିଥିଲା । ଆଉ ରାତିରେ ଗୋଟିଏ ପଟ ପୋଲ ଭୁସୁଡି ପଡିଛି । ସୂଚନା ଅନୁସାରେ ପୋଲଟି ବ୍ରିଟିସ ସମୟରେ ୧୯୩୦ ମସିହାରୁ ୧୯୩୨ମସିହା ମଧ୍ୟରେ ନିର୍ମିତ ହୋଇଥିଲା । ପୋଲଟି ଲୁହାରେ ତିଆରି ହୋଇଥିବା ବେଳେ କିଛି ବର୍ଷ ପୂର୍ବ ଯାଏ ଏହା ଉପରେ ଗାଡି ମୋଟର ଯିବା ଆସିବା କରୁଥିଲା । କିନ୍ତୁ ସମୟର ଆବଶ୍ୟକତାକୁ ନେଇ ଉକ୍ତ ପୋଲର ପାଶ୍ୱର୍ରେ ଏକ ନୂତନ ପୋଲ ୨୦୧୦ ମସିହାରେ ନିର୍ମାଣ ହୋଇଥିଲା । ନୁତନ ପୋଲ ନିର୍ମାଣ ପରେ ଏହି ଲୁହା ପୋଲ ଉପରେ ଆଉ ଯିବା ଆସିବା ହେଉ ନଥିଲା । ବିଭାଗୀୟ ରକ୍ଷଣା ବେକ୍ଷଣ ଅଭାବ ସତ୍ବେ ମଧ୍ୟ ପୋଲଟି ଅକ୍ଷୁର୍ଣ୍ଣ ଥିଲା । ତେବେ ନୁତନ ପୋଲ ନିର୍ମାଣ ପରେ ଏହି ପୁରୁଣା ପୋଲ ଉପରେ ଯାତାୟାତ ନ ହେବାର ଫାଇଦା ନେଇଥିଲେ ଚୋର । ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ଏହି ବ୍ରିଜରେ ଲାଗିଥିବା ମୂଲ୍ୟବାନ ଲୁହା ସବୁ ଚୋରି କରି ନେଇଯାଇଥିଲେ । ପୋଲଟି ଆଜକୁ ୯୦ ବର୍ଷ ହୋଇଥିବାବେଳେ ଆଉ କିଛି ବର୍ଷ ପରେ ତାହା ଏକ ଶହ ବର୍ଷରେ ପଦାର୍ପଣ କରିଥାନ୍ତା । ଯାହକୁ ପୁରୁଣା ସ୍ମୃତି ହିସାବରେ ସାଇତି ରଖିବାକୁ ସ୍ଥାନୀୟ ଲୋକ ଦାବି ମଧ୍ୟ କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଏହି ପୁରୁଣା ପୋଲଟି ପ୍ରତି କୌଣସି ଗୁରୁତ୍ଵ ଦିଆ ଯାଇ ନଥିଲା । ଯାହା ଫଳରେ ଚୋର ଅନେକ ଲୁହା ଗୁଡିକୁ କାଟି ଚୋରି ହୋଇ ଯିବା ପରେ ପୋଲଟି ତଳକୁ ଝୁଲି ଯାଇଥିଲା । ଆଉ ଶେଷରେ ଆଜୁ ଭୁଷୁଡି ପଡିଛି । Advertisement
ରଖିଲେ ହରି ମାରିବ କିଏ – କୋଇଲା ଟ୍ରେନ ଭିତରେ ପୋତି ହୋଇଥବା ବେଳେ ଜଣେ ଉଦ୍ଧାର ତାଳଚେର – ରଖିଲେ ହରି ମାରିବା କିଏ ? ଏହାର ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଆଜି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ । କୋଇଲା…
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…
ବରଣମାଳା ପଡିବା ପୂର୍ବରୁ ପାଣିରେ ପଡି ଯୁବକଙ୍କ ମୃତ୍ୟୁ ଅନୁଗୋଳ – ରାତି ପାହିଲେ ପଡ଼ିଥାନ୍ତା ବରଣମାଳା । ହେଲେ ବିଧିର ବିଧାନ ଥିଲା ଅଲଗା । ହୋଲି ଖେଳି ସାରି ଗାଧେଇ ଯାଇଥିବା ବେଳେ ପାଣିରେ…