ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ? ଦୁର୍ବୃତ୍ତଙ୍କ ଆକ୍ରମଣରୁ ଅଳ୍ପକେ ବରର୍ତି ଯାଇଥିଲେ ଅନୁଗୁଳ ୫ ନମ୍ବର ୱାର୍ଡର କାଉନସିଲର ରଞ୍ଜିତ ମାଣ୍ଡୋଠିଆ । ବିଜେଡି କାଉନସିଲର ରଞ୍ଜିତ ମାଣ୍ଡୋଠିଆଙ୍କୁ ଏହି ମରାଣାନ୍ତକ ଆକ୍ରମଣ ଘଟଣାର ପର୍ଦାଫାସ କରିଛି ପୁଲିସ । ରଞ୍ଜିତାଙ୍କ ବଡଭାଇ ବଡ଼ ଭାଇ ପବନ ହିଁ ଏହି ଆକ୍ରମଣ ପାଇଁ କିଛି ଅସାମାଜିକ ଯୁବକଙ୍କୁ ସୁପାରି ଦେଇଥିବା ପୁଲିସ କହିଛି । ପାରିବାରିକ ବିବାଦ ପାଇଁ ରଞ୍ଜିତଙ୍କୁ ରାସ୍ତାରୁ ହଟାଇବାକୁ ଏଭଳି ଯୋଜନା କରା ଯାଇଥିଲା । ଏହି ମାମଲାରେ ପୁଲିସ ପବନ ସମେତ ଅନ୍ୟ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ ଦୁଇଟି ମୋଟରସାଇକେଲ ଓ ଦୁଇଟି ମୋବାଇଲ ଜବତ କରିଛି । ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ପୌରପାଳିକାର ୫ ନମ୍ବର ୱାର୍ଡର କାଉନସିଲର ତଥା ସହରର ବିଶିଷ୍ଟ ବ୍ୟବସାୟୀ ରଞ୍ଜିତ ମାଣ୍ଡୋଠିଆ ଗତ ୩ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ରଞ୍ଜିତ ପିଠିରେ ଟାଙ୍ଗିଆ ଚୋଟ ବାଜିବା ଫଳରେ ସେ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୪୧୬/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ବେଳେ ଏହି ଆକ୍ରମଣ ପଛରେ ପାରିବାରିକ ବିବାଦ ଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ଆକ୍ରମଣ କରିବାକୁ ରଞ୍ଜିତଙ୍କ ବଡ଼ ଭାଇ ପବନ ମାଣ୍ଡୋଠିଆ ଆଲୋକ ବେହେରା ନାମକ ଜଣେ ଯୁବକଙ୍କୁ ୫ ଲକ୍ଷ ଟଙ୍କାର ସୁପାରି ଦେଇଥିଲେ । ଆଲୋକ ଏହି ଘଟଣାରେ ଭବାନୀ ଶଙ୍କର ଭଞ୍ଜକୁ ସାମିଲ ଅକ୍ରିୟ ରଞ୍ଜିତ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଆଉ ଯୋଜନା ଅନୁସାରେ ୩ ତାରିଖ ରାତିରେ ରଞ୍ଜିତଙ୍କ ଉପରେ ଆକ୍ରମଣ କରିଥିଲେ । ହେଲେ ସୌଭାଗ୍ୟ ବଶତଃ ରଞ୍ଜିତ ବର୍ତ୍ତୀ ଯାଇଥିଲେ । ତେବେ ତଦନ୍ତ ପରେ ଘଟଣାର ପର୍ଦାଫାସ କରିବା ସହ ପୁଲିସ ପୱାନ ମାଣ୍ଡୋଠିଆ ସମେତ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡ଼ାର ଭବାନୀ ଶଙ୍କର ଭଞ୍ଜ , ବଲାସିଂହା ଗାଁର ବିଜୁ ଓରଫ ପ୍ରଦ୍ୟୁମ୍ନ ବାରିକ, ଶୁଶୁଡ଼ା ଗାଁର ଚିକୁ ଓରଫ ଅଜିତ କୁମାର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି । ରଞ୍ଜିତଙ୍କ ପରିବାରରେ ବହୁ ଦିନରୁ ପାରିବାରିକ ବିବାଦ ଲାଗିରହିଥିଲା । ଏବଂ ଗତ ପୌର ନିର୍ବାଚନ ସମୟରେ ରଞ୍ଜିତଙ୍କ ବିପକ୍ଷରେ ତାଙ୍କ ବାପା ଗୋଟିଏ ୱାର୍ଡରେ କାଉନସିଲର ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।
What’s your Reaction?
+1
1
+1
1
+1
1
+1
9
+1
12
+1
5
+1