ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ

ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା ପଡିଛି । ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ ଗେଟ ସମ୍ମୁଖରେ ଛିଡା ହୋଇଥିବା ଏକ କୋଇଲା ଟ୍ରକ ପଛରେ ଯାତ୍ରୀବାହୀ ବସ ବାଡେଇ ହୋଇଛି । ସୂଚନା ଅନୁସାରେ ଦେବଗଡ଼ରୁ ଭୁବନେଶ୍ୱର ଯାଉଥିବା ଶିବ ଶଙ୍କର ନାମକ ବସ ବେଳେ ବିଳମ୍ବିତ ରାତିରେ ଛିଡା ହୋଇଥିବା କୋଇଲା ଟ୍ରକକୁ ଧକ୍କା ଦେଇଥିଲା  । ଏହି ଦୁର୍ଘଟଣାରେ ବସର ହେଲପର ଗୁରୁତର ହୋଇଥିବା ବେଳେ ଅନ୍ୟ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ଖବର ପାଇ ପୁଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି

What’s your Reaction?
+1
0
+1
1
+1
3
+1
1
+1
10
+1
3
+1
9

Leave a Reply