ମୁଖ୍ୟ ଖବର କାର ଓଲଟି ଜଣେ ମୃତ – ଦୁଇ ଗୁରୁତର Angul OnlineJuly 7, 2022July 7, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଇଓଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ଅନନ୍ତବେରଣୀର ସଚିନ ନାୟକ ତାଙ୍କ ଦୁଇ ପୁତୁରାଙ୍କ ସହ କୌଣସି କାମରେ ଏକ ମାରୁତି କାରରେ ଅନୁଗୁଳ ଆସୁଥିଲେ । ତେବେ କୁଇଓ ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ସହ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ସଚିନଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ପୁତୁରା ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । Advertisement
ପଞ୍ଚାୟତ ସ୍ତରରେ ହେବ ଜନ ଶୁଣାଣି – ଜିଲ୍ଲାପାଳ ଦେଲେ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ପଞ୍ଚାୟତରେ ଏବେ ଲୋକ ନିଜ ଅଭିଯୋଗ କରି ପାରିବେ । ଏଥିପାଇଁ ସପ୍ତାହର ସୋମବାର ଦିନ ସ୍ଥାନୀୟ…
ଓକିଲ ସଂଘ କର୍ମକର୍ତ୍ତା ନୀର୍ବାଚିତ ଅନୁଗୁଳ – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଗୁଳ ଓକିଲ…
ମଞ୍ଚାରୁ ଟାଣି ମାରିଲା ହାତୀ – ଜଣେ ମୃତ , ଖସିଗଲେ ଦୁଇ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମଞ୍ଚାରେ ଧାନ ଜଗିବାକୁ ଥିବା ବେଳେ…