ମୁଖ୍ୟ ଖବର ଗାଡିଆରେ ପଡି ଶିଶୁ ମୃତ Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡିଆରେ ପଡି ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜିତେନ୍ଦ୍ର ଦେହୁରିଙ୍କ ଦୁଇ ବର୍ଷୀୟ ଶିଶୁପୁତ୍ର ପ୍ରିୟାନ୍ସୁ ଦେହୁରି ବାଡିରେ ଖେଳୁଥିଲେ । ସେତେବେଳେ ତାଙ୍କ ପରିବାର ଲୋକ ଘରେ କାମ କରୁଥିଲେ । ତେବେ କିଛି ସମୟରେ ପରିବାର ଲୋକ ଆସି ଦେଖିବା ବେଳେ ପ୍ରିୟାନ୍ସୁକୁ ପାଇ ନଥିଲେ । ଖୋଜାଖୋଜି ବେଳେ ଗାଡିଆରେ ପଡିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ଉଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଆଇ କାର୍ଡ ମାଗିଲେ ଲୋକେ – ହଟହଟା ହେଲେ ଟାକ୍ସ କର୍ମଚାରୀ ଅନୁଗୁଳ – ଆଇ କାର୍ଡ ନଥିବାରୁ ହଟହଟା ହେଲେ ଟାକ୍ସ କର୍ମଚାରୀ । ଗାଡି ଅଟକାଇ ଫାଇନ କାଟିବା ବେଳେ ଲୋକ ଆଇ କାର୍ଡ ମାଗିଲେ ଆଉ…
ବଦଳିଲେ ଜିଲ୍ଲାର ୫ ତହସିଲଦାର ଅନୁଗୁଳ – ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ଅନୁଗୁଳ ଜିଲ୍ଲାର ୫ ଜଣ ତହସିଲଦାରଙ୍କ…
ଦନ୍ତା ହାତୀର ମୃତଦେହ ଉଦ୍ଧାର – ଦେଢ ମାସରେ ମଲେଣି ଦୁଇ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବନଖଣ୍ଡ ଅନ୍ତର୍ଗତ ଜୋକପାଣି ଗ୍ରାମ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦାନ୍ତ ହାତୀର ମୃତ ଦେହ ଉଦ୍ଧାର…