ମୁଖ୍ୟ ଖବର କୋଇଲା ଟ୍ରେନ ହେଲା ଲାଇନଚ୍ୟୁତ – ଜଣେ ମୃତ Angul OnlineSeptember 3, 2021September 3, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣି ସାଇଡିଂ ନିକଟରେ କୋଇଲା ଟ୍ରେନ ଲାଇନଚ୍ୟୁତ । ଫଳରେ ଟ୍ରେନରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଟ୍ରାକ କାମ କରୁଥିବା ୧୮ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଭରତପୁର ଖଣିରୁ କୋଇଲା ଲୋଡ଼କରି ଏକ ମାଲବାହୀ ଟ୍ରେନ ତାଳଚେର ଷ୍ଟେସନକୁ ଆସୁଥିବା ବେଳେ ଜଗନ୍ନାଥ କୋଇଲାଖଣିର ୧ନମ୍ବର ସାଇଡିଂ ଠାରେ ଲାଇନଚୁତ ହୋଇ ଗୋଟିଏ ପଟକୁ ମାଡିଯିବା ଫଳରେ ସେଠାରେ ଟ୍ରେନ ଟ୍ରାକ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ ନବରଙ୍ଗପୁର ଅଞ୍ଚଳର ରଘୁନାଥ ଗଉଡ଼ ବୋଲି ଜଣାପଡିଛି । ସେଠାରେ ଟ୍ରାକ କାର୍ଯ୍ୟ କରୁଥିବା ୧୮ ଜଣ ଶ୍ରମିକ ଦଉଡି ପଳାଇଥିଲେ ହେଲେ ଜଣେ ଶ୍ରମିକ ଟ୍ରେନ ବଗିରେ ଚାପି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ କଲିୟରି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ କରୁଛି । ରେଳବିଭାଗର ଅଧିକାରୀମାନେ ପହଞ୍ଚି କେଉଁ ପରିସ୍ଥିତିରେ ଟ୍ରେନଟି ଲାଇନଚୁତ ହେଲା ତାହାର ତଦନ୍ତ କରିଛନ୍ତି । Advertisement
କାହିଁକି ଗାଳି କଲେ ବିଧାୟକ ବ୍ରଜ କିଶୋର ? ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଘୁରି ବୁଲୁଛି । ଯେଉଁଥିରେ ବିଧାୟକ ଏକ କମ୍ପାନୀର ଲୋକଙ୍କୁ…
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…
ଭୁଜାଲିରେ ହାଣି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ୫୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ । ସୂଚନା…