ମୁଖ୍ୟ ଖବର ଦୁଇ ପୂଜା କମିଟି ବିବାଦ ତେଜିଲା – ପୂଜା ପରେ ହେବ ସମାଧାନ Angul OnlineOctober 13, 2022October 13, 2022 ଅନୁଗୁଳ – ଅନୁଗୁଳ ସହରର ବଜାର ଛକ ପୂଜା କମିଟି ଏବଂ ଗାନ୍ଧୀ ଛକ ପୂଜା କମିଟି ମଧ୍ୟରେ ପୂଜାକୁ ନେଇ ଲାଗିଥିବା ବିବାଦ ତେଜୁଛି । ସୀମାକୁ ନେଇ ଉଭୟ କମିଟି କର୍ମକର୍ତ୍ତା ମାନେ ବୈଠକ କରି ସମାଧାନର ବାଟ ଖୋଜୁଥିବା ବେଳେ ଏହା ସମାଧାନ ପରିବର୍ତ୍ତେ ଜଟିଳ ପରିସ୍ଥିତି ଆଡକୁ ଯାଇଛି । ଏପରିକି ବୈଠକ ପରେ ଦୁଇ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ହାତାହାତି ଯାଏ କଥା ଯାଇଛି । ସୂଚନା ଅନୁସାରେ ସହରର ବଜାର ଛକ ପୂଜା କମିଟି ଓ ଗାନ୍ଧୀ ଛକ ପୂଜା କମିଟି ନିଜ ବଜାରର ସୀମାକୁ ପୂଜା ପୂର୍ବରୁ ବିବାଦ ଆରମ୍ଭ ହୋଇଥିଲା । ବଜାର ପୂଜା କମିଟି ଶଙ୍କର ସିନେମା ରୋଡର ଜିଏସ ସେଣ୍ଟର ପର୍ଯ୍ୟନ୍ତ ନିଜ ସୀମା ଦାବି କରୁଥିବା ବେଳେ ଏହାକୁ ଗାନ୍ଧୀ ଛକ ପୂଜା କମିଟି ବିରୋଧ କରୁଛି । ଜିଏସ ସେଣ୍ଟର ପରେ ଥିବା ଏଚଡ଼ିଏଫସି ବ୍ୟାଙ୍କ ପର୍ଯ୍ୟନ୍ତ ତାଙ୍କ ସୀମା ବୋଲି ଗାନ୍ଧୀ ଛକ ପୂଜା କମିଟି ଦାବି କରୁଛି । ଏହି ବିବାଦ ଲାଗି ରହିଥିବାରୁ ବଜାରର କିଛି ଅଞ୍ଚଳରେ ପୂଜା ପାଇଁ ହେବାକୁ ଥିବା ସାଜସଜ୍ଜା ମଧ୍ୟ ହୋଇ ପାରିନି । ତେବେ ଉଭୟ କମିଟିର ଏହି ବିବାଦ ଧୀରେ ଧୀରେ ଉଗ୍ର ରୂପ ନେବା ପରେ ସେଣ୍ଟ୍ରାଲ ପୂଜା କମିଟି ଏହା ସମାଧାନ ପାଇଁ ଚିନ୍ତା କରିଥିଲା । ମେଲଣ ପାଇଁ ହେବାକୁ ଥିବା ଲଟେରୀ ଉଠାଣ ଦିନ ଉଭୟ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଡାକି ଆଲୋଚନା କରିଥିଲା । ଆଉ ଆଲୋଚନା ପରେ ୨୦୧୯ ମସିହାରେ ଯେଉଁ ପୂଜା କମିଟି ଯେଉଁ ଅଞ୍ଚଳ ପାଇଁ ସାଜସଜ୍ଜା କରିବେ ବୋଲି ନିଷ୍ପତ୍ତି ନେଇଥିଲା । ଆଉ ଏହି ଅନୁସାରେ ଏକ ଇସ୍ଥାର ଜାରି କରିଥିଲା । ତେବେ ଏହାର ଅଳ୍ପ ସମୟ ପରେ ବଜାର ପୂଜା କମିଟି ପୁନର୍ବାର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲା । ଫଳରେ ବିବାଦ ଆହୁରି ଘନେଇ ଥିଲା । ଆଉ ଗତକାଲି ସନ୍ଧ୍ୟାରେ ଏଚଡ଼ିଏଫସି ବ୍ୟାଙ୍କ ସମ୍ମୁଖରେ ଗାନ୍ଧୀଚ୍ଛକ ପୂଜା କମିଟି ବାଉଁଶ ପୋତି ଲାଇଟ ଲଗାଉଥିବା ସମୟରେ ବଜାର ଛକ ପୂଜା କମିଟିର କିଛି କର୍ମକର୍ତ୍ତା ପହଞ୍ଚି ଏହାକୁ ବିରୋଧ କରିଥିଲେ ଏହାକୁ କେନ୍ଦ୍ରକରି ଉଭୟ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏପରିକି ହାତାହାତି , ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଉଭୟ କମିଟିର ୫ ଜଣ କର୍ମକର୍ତ୍ତାଙ୍କୁ ଥାନାକୁ ଡକାଇ ଥିଲା । ଆଉ ଥାନାରେ ଆଲୋଚନା ପରେ କୌଣସି ନିଷ୍କର୍ଷ ବାହାରି ପାରି ନଥିବାରୁ ବର୍ତ୍ତମାନ ଯିଏ ଯେତିକି ସୀମାରେ ପୂଜା କରୁଛି ସେତିକିରେ କରୁଥାନ୍ତୁ । ପୂଜା ପରେ ଏହାର ସମାଧାନର ବାଟ ଖୋଜା ଜୀବ ବୋଲି ନିଷ୍ପତ୍ତି ନିଆ ଯାଇଛି । Advertisement
ଅଟୋକୁ ଧକ୍କା ଦେଲା ଟ୍ରକ – ୨ ମହିଳା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ…
ଗାଡି ସାଇଡମରା ପାଇଁ ହୋଇଥିଲା ଗୋଡାଇ ଗୋଡାଇ ଛୁରାମାଡ – ୧୦ ଜଣଙ୍କୁ ଗିରଫ କଲା ପୁଲିସ ଅନୁଗୁଳ – ଗତ ଦୁଇ ଦିନ ତଳେ ଅନୁଗୁଳ ସହରରେ ଯୁବକଙ୍କୁ ଗୋଡାଇ ଗୋଡାଇ ଛୁରା ମାଡ ଘଟଣାର ପର୍ଦାଫାସ କରିଛି ପୁଲିସ । ଗାଡି ସାଇଡମରା…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…