ଅନୁଗୁଳ – ବିଦ୍ୟୁତ୍ ବିଭାଗର ( ପି ସି ଓ ଡି ଏଲ ) ବିଭିନ୍ନ ସେବାକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ସହ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଦଶମ ଗ୍ରାହକ ସେବା କେନ୍ଦ୍ର ଆଜି ବିଦ୍ୟୁତ୍ ବିଭାଗର କାର୍ଯ୍ୟାଳୟ ଠାରେ ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପ ବାଚସତି ଶ୍ରୀ ରଜନୀକାନ୍ତ ସିଂହ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଲୋକମାନଙ୍କର ବିଦ୍ୟୁତ୍ ସମସ୍ୟା ସମ୍ପର୍କିତ ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠାର ସହ ସମାଧାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବର୍ତ୍ତମାନ ୧୯୧୨ କିମ୍ବା ୧୮୦୦୩୪୫୭୧୨୨ ନମ୍ବରରେ ଫୋନ ଗ୍ରାହକମାନେ ତୁରନ୍ତ ସେମାନଙ୍କର ଅଭିଯୋଗ ସମାଧାନ କରିବା ସହ ବିଲ ପଇଠ ସମ୍ପର୍କତ ଜାଣିବା କଥା ସମ୍ପର୍କରେ ଅବଗତ ହୋଇ ପାରିବେ । ନୂତନ ସଂଯୋଗ ପାଇଁ ଗ୍ରାହକ ଏଠାରେ ପଞ୍ଜିକରଣ କରିପାରିବା ସହ ନାମ , ଠିକଣା , ପରିବର୍ତ୍ତନ ଏବଂ ବିଲ ପଇଠ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବାର ଆସୋସିଏସନର ସଭାପତି ଶ୍ରୀ ଦିଲ୍ଲିପ କୁମାର ସାହୁ , ସମ୍ପାଦକ ଶ୍ରୀ ସୋମନାଥ ରାଉତ , ଢେଙ୍କାନାଳ ସାର୍କଲର ସୁପରିଟେଣ୍ଡେଟ ଇଂଜିନିୟର ସ୍ଵପ୍ନା ସରିତ ମିଶ୍ର , ଅନୁଗୋଳ ଡିଭିଜନର ମ୍ୟାନେଜର ଶ୍ରୀ ସୁବ୍ରତ ସାହୁ , ଢେଙ୍କାନାଳ ସାର୍କଲ ( ହେଡସ୍ ଅପ୍ ଗ୍ରୁପ ) ଶ୍ରୀ ବିଶ୍ବତ୍ ପରିଜା ଓ କଷ୍ଟମର ସର୍ଭସ ( ହେଡସ୍ ଅପ୍ ଗ୍ରୁପ ) ଶ୍ରୀ ଆଶିସ୍ ଶର୍ମା , ଅନୁଗୁଳ ବିଦ୍ୟୁତ ଉପଖଣ୍ଡ ଏସଡ଼ିଓ ସୁନୀଲ କୁମାର ନନ୍ଦଙ୍କ ସମେତ ବି ଡି ସି ଓ ଡିଲର କର୍ମଚାରୀମାନେ ଉପସ୍ଥିତ ଥିଲେ ।
What’s your Reaction?
+1
2
+1
1
+1
+1
2
+1
9
+1
1
+1
1