ମୁଖ୍ୟ ଖବର ଟ୍ରେନରେ ଠିକା ଶ୍ରମିକଙ୍କ ମୃତ Angul OnlineApril 2, 2021April 2, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଡେରା ଗାଁ ପାଖରେ ଥିବା ଅନନ୍ତ କୋଇଲା ଖଣିର ୫ ଓ ୬ ରେଲୱେ ସାଇଡିଂରେ ଟ୍ରେନରେ କଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ରାଜୁ ବାବାଙ୍ଗା । ସେ ବଲଣ୍ଡା ସ୍ଥିତ ଚଟିଆହାଟିଂର ବୋଲି ଜଣାପଡିଛି । ସୂଚନା ଅନୁସାରେ ରାଜୁ PRCL କମ୍ପାନୀରେ ଚେକିଂ ଲେବର ରୂପେ କାର୍ଯ୍ୟରତ ଥିଲେ । ଆଜି ରାତିରେ ସେ ସେଠାରେ କାମ କରୁଥିବା ସମୟରେ କୌଣସି କାରଣ ବଶତଃ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ କୋଲିୟାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସେପଟେ କ୍ଷତିପୂରଣ ଦାବିରେ ଠିକା ଶ୍ରମିକ ମାନେ ଧାରଣାରେ ବସିଛନ୍ତି । Advertisement
କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ…
ଅନୁଗୁଳରେ କାଳବୈଶାଖୀର ତାଣ୍ଡବ ଅନୁଗୁଳ – ଅନୁଗୁଳରେ କାଳବୈଶାଖୀ । ସାମାନ୍ୟ ବର୍ଷା ସାଙ୍ଗକୁ ଜୋରରେ ପବନ । ମାତ୍ର ଅଳ୍ପ ସମୟର ପବନରେ ଅନୁଗୁଳ ସହରରେ ବ୍ୟାପକ ଭଙ୍ଗାରୁଜା ହୋଇଛି…
ଜିଲ୍ଲାରେ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ ଅନୁଗୁଳ – କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏଣିକି ରାତି ୯ଟାରୁ…