ସ୍ୱାୟତ ଶାସନ ଦିବସ ଗିଫ୍ଟ ଫେରାଇଲେ କାଉନସିଲର – ଶାଢ଼ୀ ପାଇଁ ଅସନ୍ତୋଷ

ସ୍ୱାୟତ ଶାସନ ଦିବସ ଗିଫ୍ଟ ଫେରାଇଲେ କାଉନସିଲର – ଶାଢ଼ୀ ପାଇଁ ଅସନ୍ତୋଷ

ଅନୁଗୁଳ – ଅନୁଗୁଳ ପୌରପାଳିକା ଆଜି ସ୍ୱାୟତ ଶାସନ ଦିବସ ପାଳନ କରୁଛି । ତେବେ ଏହି ଦିବସ ପାଳନ ପୂର୍ବରୁ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତଙ୍କ ବିରୁଦ୍ଧରେ ଅସନ୍ତୋଷ ଦେଖିବାକୁ ମିଳିଛି । ଚଳିତ ବର୍ଷ ସ୍ୱାୟତ ଶସନ ଦିବସ ପାଳନର ଠିକ ପୂର୍ବରୁ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କର ରିଲିଭ ହୋଇଥିଲା । ଏହାପରେ ପୂର୍ବରୁ ପୌରପାଳିକାର କୌଣସି କାମରେ ହସ୍ତକ୍ଷେପ କରି ପାରୁ ନଥିବା ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତଙ୍କ ଶତ ସିଂହର ବଳ ହେବା ଭଳି ସବୁ କାମ ନିଜେ କରିବାକୁ ଆଗେଇ ଆସିଥିଲେ । ଏଥିପାଇଁ ସ୍ୱାୟତ ଶାସନ ଦିବସରେ କଣ କରାଯିବ , କାହାକୁ କଣ ଉପହାର ଦିଆଯିବ ସେ ନେଇ ଜୋରସୋରରେ ଲାଗି ପଡିଲେ । ତେବେ ପୂର୍ବରୁ ଥିବା ଲାଭଖୋର ମନୋବୃତି ଯୋଗୁଁ ଏବେ ତାଙ୍କୁ ଅଡ଼ୁଆରେ ପକାଇଛି ବୋଲି ଶୁଣିବାକୁ ମିଳୁଛି । ସ୍ୱାୟତ ଶାସନ ଦିବସ ପାଇଁ ପୌରପାଳିକାର କାଉନସିଲର ମାନଙ୍କୁ ନିଜକୁ ସୁହାଇବା ଭଳି ଶାଢ଼ୀ ଓ ସାର୍ଟ କପଡା ଉପହାରର ବନ୍ଦୋବସ୍ତ କରିଥିଲେ । ଗତକାଲି ଘର ଘର ବୁଲି କାଉନସିଲର ମାନଙ୍କୁ ଉପହାର ଅଧ୍ୟକ୍ଷ ପଠାଇଥିଲେ । ତେବେ ଅଧିକାଂଶ କାଉନସିଲର କୁଆଡେ ତାଙ୍କର ଏହି ଉପହାର ଫେରାଇ ଦେଇଛନ୍ତି । ଆଉ ମହିଳା କାଉନସିଲର ମାନଙ୍କୁ ଦେଇଥିବା ଶାଢ଼ୀ ଉପହାରକୁ ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଥିବା ଜଣା ପଡ଼ିଛି । ଶାଢ଼ୀ ତ ନୁହେଁ ମାଛ ଧରା ଜାଲି ହୋଇଛି ବୋଲି କହି କିଛି ମହିଳା ଅସନ୍ତୁଷ୍ଟ ହୋଇ ଶାଢ଼ୀ ଫେରେଇଦେବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି । ତେବେ ଏଭଳି ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

What’s your Reaction?
+1
2
+1
0
+1
0
+1
0
+1
1
+1
0
+1
0

Leave a Reply