କରଜ ଭାରରେ ବୁଡ଼ି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ – ସ୍ତ୍ରୀ ମୃତ , ସ୍ଵାମୀ ଗୁରୁତର

କରଜ ଭାରରେ ବୁଡ଼ି ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ – ସ୍ତ୍ରୀ ମୃତ , ସ୍ଵାମୀ ଗୁରୁତର

ଅନୁଗୁଳ – କରଜ ଭାରରେ ବୁଡ଼ିବା ପରେ ମାନସିକ ଭାରସାମ୍ୟ ହରାଇ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପତ୍ନୀଙ୍କ ମୃତ୍ୟୁ ହୋଇଛି । ତେବେ ସ୍ଵାମୀ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ସହର ଉପକଣ୍ଠ ଗୀତାଗ୍ରାମରେ ୬୨ ବର୍ଷୀୟ ଅବସରପ୍ରାପ୍ତ ସେନା କର୍ମଚାରୀ ଦେବେନ୍ଦ୍ର ନାଥ ଦାସ ଓ ତାଙ୍କ ପତ୍ନୀ ପଦ୍ମାବତୀ ଦାସ ରୁହନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର-ନଣ୍ଡେଇଲ ରାସ୍ତା ପାର୍ଶ୍ବରେ ଉଭୟ ଗୁରୁତର ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ସେମାନଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମାବତୀଙ୍କ ମୃତ୍ୟୁ ହୋଇଥିଲା ସୂଚନା ଅନୁସାରେ ଦମ୍ପତ୍ତି କରଜ ଭାରରେ ବୁଡ଼ି ଚିନ୍ତାଗ୍ରସ୍ତ ଥିଲେ ଏଥିପାଇଁ ମାନସିକ ଭାରସାମ୍ୟ ହରାଇ ଏକାଠି ଆତ୍ମହତ୍ୟା ମନସ୍ଥ କରିଥିଲେ । ଏଥିପାଇଁ ମଙ୍ଗଳବାର ସେମାନେ ଏକ ମୋଟରସାଇକେଲରେ ଅନୁଗୁଳରୁ ଆସି କନ୍ଦରପୁର-ନଣ୍ଡେଇଲ ରାସ୍ତା ପାର୍ଶ୍ଵରେ ଅଟକି ପ୍ରଚୁର ପରିମାଣର ନିଶା ବଟିକା ଖାଇଦେଇଥିଲେ । ପରେ ସ୍ଥାନିୟଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଖବରପାଇ ଆଠଗଡ଼ ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି । ଏବେ ମଧ୍ୟ ଦେବେନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଦେବେନ୍ଦ୍ରଙ୍କ ପୁଅ ସିଦ୍ଧାର୍ଥ ତନ୍ମୟ ଦାସ ଅନୁଗୁଳ ସଦର ଥାନାରେ ତାଙ୍କ ବାପାମାଆ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି ।

 

 

What’s your Reaction?
+1
0
+1
0
+1
0
+1
0
+1
6
+1
0
+1
2

Leave a Reply