ମୁଖ୍ୟ ଖବର ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ Angul OnlineFebruary 14, 2024February 14, 2024 ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ବାଗଡିଆ ଥାନାରେ ଅଭିଯୋଗ କରି ଆସିଥିବା ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ଼ମାରିଥିବା ନେଇ ପିପଳବାହଳ ଗ୍ରାମର ଦମ୍ପତି ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ପିପଳବାହଳ ଗ୍ରାମରେ ଜମି ଭଗବାଣ୍ଟା କେନ୍ଦ୍ରକରି ପୁତୁରାଙ୍କ ନାମରେ ବାଗଡିଆ ଥାନାରେ ଅଭିଯୋଗ କରିବାକୁ ଦମ୍ପତି ଆସିଥିଲେ । ଏନେଇ ଉଭୟ ଗୋଷ୍ଠୀଙ୍କୁ ବୁଧବାର ପୂର୍ବାହ୍ନରେ ଥାନାରେ ହାଜର ହେବା ପାଇଁ ଥାନା ପକ୍ଷରୁ ଫୋନ ଯାଇଥିଲା । କିନ୍ତୁ ଅଭିଯୋଗକାରୀ ଥାନାକୁ ଆସିବା ପାଇଁ ଗାଡ଼ି ନପାଇବାରୁ ସନ୍ଧ୍ୟାରେ ଥାନାରେ ହଜାର ହୋଇଥିଲେ । ଏହି ସମୟରେ ମହିଳା ଥାନା ଏସ୍ଆଇ କାହିଁକି ବିଲମ୍ୱରେ ପହଞ୍ଚିଲ କହି ଗାଳି କରିବା ସହ ଚାପୁଡ଼ା ପକାଇଥିଲେ ବୋଲି ଅଭିଯୋଗ ହୋଇଛି । ବୁଧୁଙ୍କୁ ମାଡ଼ ମାରୁଥିବାବେଳେ ତାଙ୍କ ସ୍ତ୍ରୀ ଦେବକୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଚାପୁଡ଼ା ମାରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏନେଇ ଦମ୍ପତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l . Advertisement
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
ଲାଞ୍ଚ ନେଉଥିବା ବେଳେ ଜି.ଆର୍.ଏସ୍.କୁ ଗିରଫ କଲା ଭିଜିଲାନ୍ସ ବିଭାଗ ଅନୁଗୁଳ – ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ବାରହା ଆକ୍ରମଣରେ ଛେଳି ଚରାଳି ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି ।…