କ୍ରେନ୍‌ ଚାପି ହୋଇ ଶ୍ରମିକ ମୃତ – କ୍ଷତିପୂରଣ ଦାବିରେ ଧାରଣା

କ୍ରେନ୍‌ ଚାପି ହୋଇ ଶ୍ରମିକ ମୃତ – କ୍ଷତିପୂରଣ ଦାବିରେ ଧାରଣା

ନାଲକୋନଗର ଅନୁଗୁଳ ଜିଲ୍ଲା ନାଲକୋ ସିପିପି ପ୍ଲାଣ୍ଟରେ କ୍ରେନ୍‌ ଚାପି ଦେବାରୁ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆହତା ଗ୍ରାମର ୫୮ ବର୍ଷୀୟ ଯୁଧିଷ୍ଠିର ସାହୁ । ସୂଚନା ଅନୁସାରେ ଯୁଧିଷ୍ଠିର ନାଲକୋ ସିପିପି ପ୍ଲାଣ୍ଟରେ ସି.ଆର.ଏସ ସାଇଟରେ ଆଜକୁ ୩୦ବର୍ଷ ଧରି ଠିକା ଶ୍ରମିକ ଭାବେ କାମ କରୁଥିଲେ । ଆଜି ସେ କାମ କରୁଥିବା ବେଳେ ପୂର୍ବହ୍ନ ୧୦ଟାରେ ତାଙ୍କୁ ଏକ କ୍ରେନ୍‌ ଚାପି ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଠିକା ଶ୍ରମିକ ସଂଗଠନ ଓ  ପରିବାର ଲୋକେ ସିପିପି (କ୍ୟାପଟିଭ୍‌ ପାୱାର ପ୍ଲାଣ୍ଟ) କାରଖାନା ସମ୍ମୁଖରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣା ଦେଇଥିଲେ । ଶ୍ରମିକଙ୍କ ଗଣ୍ଡଗୋଳ ହେବା ଆଶଙ୍କାରେ ନାଲକୋ ସୁରକ୍ଷା କର୍ମୀଙ୍କ ଦ୍ଵାରା ଫାଟକ ସମୁଖରେ ସୁରକ୍ଷା କଡା କଡ଼ି  କରା ଯାଇଥିଲା । ଉଭୟ ନାଲକୋ ପ୍ରଶାସନ ଓ ମୃତକଙ୍କ ପରିବାର ଓ ନାଲକୋ ପୁଲିସ ଅଧିକାରୀ ବିଜୟ ମିଶ୍ରଙ୍କ ଆଲୋଚନା କରିଥିଲେ ନାଲକୋ ପ୍ରଶାସନ ୧୫ଲକ୍ଷ ଟଙ୍କା  ଓ ପରିବାରରୁ ଜଣଙ୍କୁ ନିଯୁକ୍ତି ଓ ଠିକାଦାର ୩ ଲକ୍ଷ ୧୫ହଜାର ଟଙ୍କା ଦେବା ପାଇଁ ଉକ୍ତ ବୈଠକରେ  ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ଵାଭାବିକ ହୋଇଥିଲା ।

 

What’s your Reaction?
+1
0
+1
0
+1
0
+1
0
+1
5
+1
1
+1
0

Leave a Reply