ଅପରାଧ ଗ୍ରାହକଙ୍କୁ ହୋଟେଲ କର୍ମଚାରୀଙ୍କ ନିସ୍ତୁକ ମାଡ – ଥାନାରେ ଅଭିଯୋଗ Angul OnlineSeptember 18, 2021September 18, 2021 ଅନୁଗୁଳ – ଅନୁଗୁଳ ସହରର ଏକ ପ୍ରତିଷ୍ଠିତ ହୋଟେଲରେ ଖାଇବାକୁ ଯାଇଥିବା ଗ୍ରାହକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଅନୁଗୁଳ ଗାନ୍ଧୀ ମାର୍ଗ ଅଞ୍ଚଳରେ ରହୁଥିବା ଅନିଲ ସରଳିଆ ନାମକ ଜଣେ ବ୍ୟକ୍ତି ଗତକାଲି (ଶୁକ୍ରବାର ) ରାତିରେ ପରିବାର ସହ କମଲେସ ହୋଟେଲକୁ ଖାଇବାକୁ ଯାଇଥିଲେ । ତେବେ ସେଠାରେ ଖାଇବା ବ୍ୟବସ୍ଥାରେ ଅସୁବିଧା ହେବାରୁ ଅନିଲଙ୍କ ଭାଇ ରାହୁଲ ଏ ନେଇ ହୋଟେଲ କର୍ମଚାରୀଙ୍କୁ କହିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଏହି ବଚସା ବେଳେ ହଠାତ ହୋଟେଲର ୧୫-୨୦ ଜଣ କର୍ମଚାରୀ ହଠାତ ରାହୁଲଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ହୋଟେଲର ଲାଇଟ ବନ୍ଦ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଲୁହା ରଡରେ ଆକ୍ରମଣ କରା ଯାଇଥିବା ଅନିଲ ଥାନାରେ ଅଭିଯୋଗ କରିଛନ୍ତି । ରାହୁଲଙ୍କ ଡାହାଣ କାନ୍ଧ , ପେଟ , ପିଠି ଓ ଅଣ୍ଟାରେ ଆଘାତ ଲାଗିଥିବା ଜଣା ପଡିଛି । ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ହୋଟେଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା…
ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦୌରାତ୍ମ ଥମିବାରେ ନାଁ ନେଉନାହିଁ । ପ୍ରାୟ ପ୍ରତ୍ଯେକ ଦିନ ଜିଲ୍ଲାର କାହାକୁ ନା କାହାକୁ ଟାର୍ଗେଟ…
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…