ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପାରିବାରିକ କଳହକୁ ନେଇ ଜଣେ ମହିଳା ଆତ୍ମହତ୍ଯା କରିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ କାମାକ୍ଷାନଗର ଜିରାଳ ଗ୍ରାମର ଅଶୋକ ନାଏକଙ୍କ ସ୍ତ୍ରୀ ସୁଲୋଚନା ନାଏକ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଅଶୋକ ନାଏକ ଛେଣ୍ଡିପଦା ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନରେ ପିଅନ ଭାବେ କାର୍ଯ୍ୟରତ ଥିବା ବେଳେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିବା ସରକାରୀ ବାସ ଭବନରେ ସପରିବାର ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଅଶୋକ ଓ ସୁଲୋଚନାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା । ସକାଳେ ଅଶୋକ ଘରୁ ବାହାରି ଯିବାପରେ ତାଙ୍କ ସ୍ତ୍ରୀ ସୁଲୋଚନା ଘରର କବାଟ ବନ୍ଦକରି ଦେଇ ଥିଲେ । ଏହାଦେଖି ପରିବାର ସଦସ୍ୟ ମାନେ କବାଟ ଖୋଲିବା ପାଇଁ କବାଟ ବାଡେଇ ଥିଲେ ମଧ୍ୟ ଭିତରୁ ସୁଲୋଚନା କବାଟ ଖୋଲି ନଥିଲେ । ଏହା ଦେଖି ପରିବାର ଲୋକମାନେ ଅଶୋକଙ୍କୁ ଡାକିବା ସହିତ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ।ଭିତରେ ଏକ ଦଉଡିରେ ସୁଲଚନା ଝୁଲୁଥିବା ଦେଖି ପରିବାର ଲୋକମାନେ ତୁରନ୍ତ ରଶି ଖୋଲି ୧୦୮ ଆମ୍ବୁଲାନସ ଡାକିଥିଲେ । କିନ୍ତୁ ସୁଲୋଚନାଙ୍କର ମୃତ୍ୟୁ ହୋଇଯାଇଥିବାରୁ ୧୦୮ ଫେରିଯାଇଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିଛି ।
What’s your Reaction?
+1
1
+1
+1
+1
1
+1
+1
2
+1