ମୁଖ୍ୟ ଖବର ଛୁଆ ହାତୀର ମୃତଦେହ ଠାବ Angul OnlineMay 28, 2023May 28, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ ଲବଙ୍ଗୀ -୧ ବିଟର ଜୁକୁବୁ ଠାରେ ଏକ ଛୁଆ ହାତୀର ମୃତଦେହ ଠାବ ହୋଇଛି । ମୃତ ଛୁଆ ହାତୀଟି ଅଣ୍ଡିରା ହୋଇଥିବା ବେଳେ ତାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ଅନୁଗୋଳ ଡି ଏଫ ଓ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ଜୁକୁବୁ ଜଙ୍ଗଲରେ ହାତୀ ଛୁଆ ମରିଥିବାର ଖବର ବନ ବିଭାଗ ପାଇଥିଲା । ଖବର ପାଇ ବନ ବିଭାଗ ଆଜି ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀର ବ୍ୟବଚ୍ଛେଦ କରି ତଦନ୍ତ କରିଛି । ତେବେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ଅନୁଗୋଳ ଡି ଏଫ ଓ ବିବେକ କୁମାର କହିଛନ୍ତି । Advertisement
ଆଉ ଏକ ବେନିୟମ ମଲକୁ ସିଲ୍ କଲା ପୌରପାଳିକା ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗରେ ଥିବା ମହୋତ୍ସବ ସପିଙ୍ଗ ମଲକୁ ଆଜି ପ୍ରଶାସନ ସିଲ କରିଛି । ସିଲ୍ ହୋଇଥିବା ଏହି ମଲଟି ଅନୁଗୁଳ ତାଳଚେର ମେରାମଣ୍ଡଳୀ…
କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଏକଘରିଆ ନିକଟରେ ଥିବା ଜାଲାନ କାର୍ବନ ଏଣ୍ଡ କେମିକାଲ ଫ୍ୟାକ୍ଟେରିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କା…
୨୨ କି.ମି.ର ଦୁଃଖ – ସରିବ କେବେ !! ଅନୁଗୁଳ – ଅନୁଗୁଳ ଜିଲ୍ଲାବାସୀ ତଥା ଅନୁଗୁଳକୁ କିମ୍ବା ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଲୋକଙ୍କୁ ଏବେ ବେଶ କଷ୍ଟ ଦେଉଛି…