ଅପରାଧମୁଖ୍ୟ ଖବର ନିଖୋଜ ନାବଳକକୁ ବଳି ସନ୍ଦେହ – ପୁଲିସ ଗାଡି ଜାଳିଦେଲେ ଉତ୍ତ୍ଯକ୍ତ ଲୋକେ Angul OnlineJuly 28, 2023July 28, 2023 ଅନୁଗୋଳ – ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି ନଥିବା ବେଳେ ବଳି ଦିଆ ଯାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଗତ ୨୩ ତାରିଖରେ ବାସନ୍ତୀ ବିଶ୍ୱାଳ ନାମକ ଜଣେ ମହିଳାଙ୍କ ୧୪ ବର୍ଷୀୟ ପୁଅ ସଞ୍ଜିତ ବିଶ୍ବାଳଙ୍କ ଦେହ ସବୁବେଳେ ଖରାପ ରହୁଥିବାରୁ ଟୁସର ଗାଁକୁ ଆସିଥିଲେ । ସେଠାରେ ଥିବା ମା ମଙ୍ଗଳା ପ୍ରତ୍ୟକ୍ଷ ଥିବାରୁ ପୂଜାର୍ଚ୍ଚନା କରିବା ସହ ରାତିରେ ମଙ୍ଗଳା କୋଠିରେ ମା-ପୁଅ ଅଧିଆ ପଡ଼ିଥିଲେ । ରାତିରେ ଶୋଇଥିବା ବେଳେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ ନଥିଲେ । ଖୋଜାଖୋଜି କରିବା ପରେ ମଧ୍ୟ ପୁଅ ସଞ୍ଜିତ ନ ମିଳିବା ପରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଅଭିଯୋଗ କରିଥିଲେ । ତେବେ ଆଜି ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ମୃତ ଦେହ ଝୁଲୁଥିବା ବେଳେ ତାର ଗୋଡ଼ ଓ ହାତ ନଥିଲା । ଯାହାକୁ ଦେଖି ଏହା ବଳି ପାଇଁ ହତ୍ୟା କରା ଯାଇଥିବା ସନ୍ଦେହ କରା ଯାଉଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ ବାରିଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଛନ୍ତି । ରାସ୍ତାରୋକ ବେଳେ ପୁଲିସ ଗାଡି ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକ । ଖବର ଲେଖାଯିବା ସୁଦ୍ଧା ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । https://angulonline.com/wp-content/uploads/2023/07/WhatsApp-Video-2023-07-28-at-15.14.52.mp4 Advertisement
ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି…
ଚୋରି ସାମଗ୍ରୀ ଜବତ – ୩ ଗିରଫ ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଶୀତଲବିହାର , ତୁରଙ୍ଗ ଓ ଦୁର୍ଗାବିହାର ଭଳି ତିନୋଟି ଅଞ୍ଚଳରୁ ହୋଇଥିବା ଚୋରି ଘଟଣାର ପୁଲିସ ପର୍ଦାଫାସ କରିଛି ।…
ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ମୋଟରସାଇକେଲ ଜବତ – ୫ ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଶନିବାର ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ଚଢ଼ାଉ କରି ଥିଲା I ଚଢାଉ ବେଳେ ସଦାନନ୍ଦପୁର…