ମୁଖ୍ୟ ଖବର ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ Angul OnlineMarch 6, 2023March 6, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଗାଁ ନିକଟସ୍ଥ ପୋଖରୀରୁ ଜୈନେକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ କେହି ହତ୍ୟାକରି ପୋଖରୀରେ ଫୋପାଡି ଦେଇଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ମୃତକ ଜଣକ ହେଲେ ଶ୍ରୀକର ବାଘଙ୍କ ୧୯ ବର୍ଷୀୟ ପୁଅ ଚିଣ୍ଟୁ ବାଘ । ସୂଚନା ଅନୁସାରେ କତଡା ଗ୍ରାମର ଚିଣ୍ଟୁ ବାଘ ୪ ଦିନ ତଳେ ସେହି ଗ୍ରାମର ଧଉରାବେଣୀ କୋଡାସାହିକୁ ଯାଇଥିବା ଘରେ କହି ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ । ପୁଅ ଘରକୁ ନଫେରିବାରୁ ପରିବାର ଲୋକମାନେ ବନ୍ଧୁବାନ୍ଧବ ତଥା ସମ୍ପର୍କିୟଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଦୀର୍ଘ ୪ ଦିନ ହେବ ଚିଣ୍ଟୁଙ୍କର କୈାଣସି ପତ୍ତା ମିଳି ନଥିବା ବେଳେ ଆଜି ଗ୍ରାମ ନିକଟସ୍ଥ ଯାଉଁଳି ନାଳ ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏ ନେଇ ଗ୍ରାମବାସୀ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଘଟଣାସ୍ଥଳରେ ଚିଣ୍ଟୁର ମୃତ ଦେହକୁ ଚିହ୍ନଟ କରିଥିଲେ । ଚିଣ୍ଟୁ ୪ ଦିନ ହେବ ନିଖୋଜ ଥିବା ବେଳେ ୨ ଦିନ ହେବ ତାର ମୋବାଇଲ ରିଙ୍ଗ ହେଉଥିଲା । ଏଥିପାଇଁ ପୋଖରୀରେ ବୁଡି ମରିବା ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ କେହି ହତ୍ୟାକରି ପକାଇ ଦେଇଥିବା ଗ୍ରାମବାସୀ ଓ ପରିବାର ଲୋକ ସନ୍ଦେହ କରିଛନ୍ତି । ଜରପଡା ପୁଲିସକୁ ଖବର ପାଇ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରି ବ୍ୟବଛେଦ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଜରପଡା ଥାନା ପୁଲିସ ପ୍ରକାଶ କରିଛି । Advertisement
ଦୂର୍ଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା…
ଜି.ଏମ୍.ଡି.ସି. ବିରୁଦ୍ଧରେ ଗର୍ଜିଲେ ଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ହେବାକୁ ଥିବା ଓପନ କାଷ୍ଟ୍ କୋଇଲା ଖଣିକୁ ଛେଣ୍ଡିପଦା ଅଞ୍ଚଳ ବାସୀ ପ୍ରବଳ ବିରୋଧ କରିଛନ୍ତି । କିଛି…
ଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ କଣିହାଁ- ଅନୁଗୁଳ ଜିଲ୍ଲା ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଭୋର ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କା…