ମୁଖ୍ୟ ଖବର ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineNovember 21, 2024November 21, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ହେଲେ କୁଣ୍ଢେଇଗୋଳା ଥାନା ଦଲକ ଅଞ୍ଚଳର ବୁଦ୍ଧ ବେବ ନାଏକ ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଦଲକ ଗାଁର ବୁଦ୍ଧଦେବ ନାଏକ ଶୁଶୁର ଘର ବାଲିନାଳୀ ଗାଁକୁ ସମ୍ପର୍କୀୟଙ୍କ ଜନ୍ମ ଦିନରେ ଯୋଗ ଦେବା ପାଇଁ ଆସିଥିବା ବେଳେ ବସରେ ଘରକୁ ଯିବା ପାଇଁ ରାସ୍ତାରେ ବସ ଷ୍ଟାଣ୍ଡ ନିକଟକୁ ଚାଲି ଚାଲି ଆସୁଥିଲେ । କିନ୍ତୁ ସକାଳେ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟରେ ତାଙ୍କର ମୃତ ଦେହ ପଡ଼ିଥିବା ଖବର ପାଇ ଛେଣ୍ଡିପଦାକୁ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ପ୍ରାଥମିକ ତଦନ୍ତରୁ ତଥା ପାରିପାର୍ଶ୍ଵିକ ସ୍ଥିତିରୁ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରିଛି । ଏନେଇ ଛେଣ୍ଡିପଦା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଯୁବକଙ୍କ ମୃତ ଦେହକୁ ଜବତ କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ କରାଇବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । Advertisement
ବାଜିରାଉତ ଛାତ୍ରାବାସରେ ଭବ୍ୟ ନିର୍ମାଣ କରି ହେବ ପର୍ଯ୍ୟଟନ ସ୍ଥଳ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ନେଇ ତୁମ୍ବିତୋଫାନ ହେଲାପରେ ହଠାତ୍ ଚେଇଁ ଉଠିଛି ରାଜ୍ୟ ସଂସ୍କୃତି ବିଭାଗ । ଖୋଦ୍ ଓଡ଼ିଆ…
ବିଚାରାଧୀନ କଏଦୀଙ୍କ ମୃତ୍ୟୁ – ହତ୍ୟା ଅଭିଯୋଗ ଆଠମଲ୍ଲିକ -(AO)- ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପକାରାଗାରରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କଏଦୀ ହେଉଛନ୍ତି କିଶୋରନଗର ଥାନା…
ଟାଙ୍କି ନିର୍ମାଣ ବେଳେ ଚାଲିଗଲା ଦୁଇ ଜୀବନ ଆଠମଲ୍ଲିକ – ପାଇଖାନା ଟାଙ୍କି ସେଟରିଂ ଖୋଲିବା ବେଳେ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…