ଅନୁଗୁଳ – ଅନୁଗୁଳର ପୂର୍ବତନ ଓକିଲ ସଙ୍ଘ ସଭାପତି ଭୁପେଶ ପ୍ରଧାନଙ୍କ ମା ମଞ୍ଜୁରାଣୀ ପ୍ରଧାନଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୮୨ ବର୍ଷ ହେଇଥିଲା ବୋଲି ପରିବାର ବର୍ଗ କହିଛନ୍ତି । କିଛି ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା ।ମଞ୍ଜୁରଣୀ ଜଣେ ଧର୍ମପରାୟଣ ମହିଳା ଥିଲେ । ମୃତ୍ୟୁ ପରେ ମର ଶରୀରକୁ ଅମଳାପଡା ସ୍ଥିତ ବାସ ଭବନକୁ ଅଣାଯାଇଥିଲା । ଖବର ପାଇ ବହୁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା , ଓକିଲ , ବୁଦ୍ଧିଜୀବୀ ପହଞ୍ଚି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ ।
What’s your Reaction?
+1
+1
+1
+1
+1
2
+1
+1
1