ବିଦାୟକାଳୀନ ସଭାରେ ସବୁଦିନ ପାଇଁ ଆଖି ବୁଜିଲେ ପ୍ରଧାନଶିକ୍ଷକ

ବିଦାୟକାଳୀନ ସଭାରେ ସବୁଦିନ ପାଇଁ ଆଖି ବୁଜିଲେ ପ୍ରଧାନଶିକ୍ଷକ

ଅନୁଗୁଳ – ବିଦାୟ କାଳୀନ ସଭାରେ କେହି ସବୁଦିନ ପାଇଁ ବିଦାୟ ନିଅନ୍ତି ନାହିଁ । କେବଳ ସ୍ଥାନ ବଦଳେ । ଏମିତି ଯିଏ କହୁଥିଲେ ସେ ନିଜେ ବିଦାୟ କାଳୀନ ସଭାରେ ସବୁଦିନ ପାଇଁ ଆଖି ବୁଜି ଦେଲେ । ଅନୁଗୁଳ ଜିଲ୍ଳାରେ ଏମିତି ଏକ ଘଟଣା ଘଟିଛି ଯାହା ପରେ ସମସ୍ତେ ପ୍ରାୟ କହୁଛନ୍ତି , ଏମିତି ବି ଆସେ ମୃତ୍ୟୁ !! ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଟଳି ପଡିଲେ ପ୍ରଧାନ ଶିକ୍ଷକ । ଆସନ୍ତା ୩୦ ତାରିଖରେ ନେଇଥାନ୍ତେ ଅବସର । ସେ ଦିନ ସ୍କୁଲ ଛୁଟି ରହୁ ଥିବାରୁ ଆଗୁଆ କରାଯାଇଥିଲା ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ । ଏହି ବିଦାୟକାଳୀନ ଉତ୍ସବ ହୋଇଥିଲା ତାଙ୍କ ଜୀବନର ଶେଷ ଉତ୍ସବ । ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସଭାରେ ଭାବବିହ୍ଵଳ ହୋଇ ପଡ଼ିଥିଲେ ସମସ୍ତେ । ତେବେ ସେ ନିଜେ ବକ୍ତବ୍ୟ ଦେଉଥିବା ବେଳେ ହଠାତ ଟଳି ପଡିଲେ । ଏଭଳି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି ଅନୁଗୋଳ ବ୍ଳକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ । ସ୍କୁଲର ପ୍ରଧାନ ଶିକ୍ଷକ ରବିନାରାୟଣ ପାଣିଗ୍ରାହୀଙ୍କ ଘର କଟକ ଜିଲ୍ଲା ନରସିଂହପୁର ବ୍ଲକ ତଗିଲ ଗାଁ ଅଟେ । ଅବସର ଦିନ ଦଶହରା ଛୁଟି ଉପଲକ୍ଷେ ସ୍କୁଲ ବନ୍ଦ ଥିବାରୁ ଗତ କାଲି ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ ବେଳେ ହଠାତ ସେ ହୃଦଘାତର ଶିକାର ହୋଇଥିଲେ । ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା, ମାତ୍ର ବିଳମ୍ବ କାରଣରୁ ଟାଟା ମ୍ୟାଜିକ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ସରଳ ମିଷ୍ଟଭାଷୀ ଭାବେ ଜଣାଶୁଣା ଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଅଛି ।

What’s your Reaction?
+1
2
+1
1
+1
3
+1
1
+1
6
+1
3
+1
35

Leave a Reply