ଆଞ୍ଚଳିକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର Angul OnlineSeptember 11, 2021September 11, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି । ମୃତ ଦନ୍ତାହାତୀର ବୟସ କୋଡିଏ ରୁ ପଚିଶ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି । ତେବେ ବାରହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ନେଇ ଦେବଗଡ଼ ଡି ଏଫ ଓ କ୍ଷମା ଷଡଙ୍ଗୀ ସୂଚନା ଦେଇଛନ୍ତି । ତେବେ କିଛି ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀଟିର ଦୁଇଟି ଯାକ ଦାନ୍ତ ସୁରକ୍ଷିତ ରହିଛି । ଡିଏଫଓ ଙ୍କ ସମେତ ଖମାର ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । Advertisement
୧୩ ଫୁଟର ଅଜଗର ଉଦ୍ଧାର ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…
ସ୍କୁଲ ଜମି ଜବରଦଖଲ ପ୍ରତିବାଦ – ୬ ଘଣ୍ଟା ଧରି ରାସ୍ତା ଅବରୋଧ ଛେଣ୍ଡିପଦା – ସ୍କୁଲ ଜମି ଜବରଦଖଲ ପ୍ରତିବାଦରେ ଅନୁଗୁଳ-ଛେଣ୍ଡିପଦା ୬୩ ନଂମ୍ବର ରାଜ୍ୟ ରାଜପଥକୁ ଆଜି କୋଶଳା ଶିମିଳିସାହିର ଲୋକ ଅବରୋଧ କରିଥିଲେ । ଫଳରେ ଏହି…
ଅନୁଗୁଳରେ ବରିଷ୍ଟ ସାମ୍ୱାଦିକ ଅର୍ଧେନ୍ଧୁ ଦାସ ଦେଲେ ଗୁରୁମନ୍ତ୍ର ଅନୁଗୁଳ – ଅନୁଗୁଳ ପ୍ରେସ ଚାମ୍ବର ପକ୍ଷରୁ ସାମ୍ୱାଦିକ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବରିଷ୍ଟ ସାମ୍ୱାଦିକ ଅର୍ଦ୍ଦେନ୍ଧୁ ଦାସ ଅତିଥି…