ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ ଉପ-ବାଚସ୍ପତି

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଯେଉଁଭଳି ଭାବେ କରୋନାର ଦ୍ୱିତୀୟ ଲହରୀ ଭୟାନକ ପରିସ୍ଥିତି ସୃଷ୍ଟି କରିଛି ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ୧୮ ରୁ ୪୪ ବର୍ଷ ବୟସର ଯୁବକ ଓ ଲୋକ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି  ଲୋକ ମାନଙ୍କ ସ୍ବାସ୍ଥ୍ୟ କଥା ଚିନ୍ତାକରି ଯଥାସମ୍ଭବ ଟିକା ଯୋଗାଇ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ୨୦୧୧ ଜନ ଗଣନା ଅନୁସାରେ ସମୁଦାୟ ଲୋକ ସଂଖ୍ୟା ୧୨,୦୦୦୦୦ ସେଥିମଧ୍ୟରେ ୧୮ ରୁ ୪୪ବର୍ଷ ବୟସର ଯୁବକ ଯୁବତୀ ଓ ଲୋକମାନଙ୍କ ସଂଖ୍ୟା ପ୍ରାୟ ୪୨ପ୍ରତିଶତ ଅନୁଗୁଳ ଜିଲ୍ଲାରେ ବର୍ତ୍ତମାନ ୧୮ ରୁ ୪୪ ବର୍ଷ ଟିକାକରଣ କରାଯାଉଥିବା ବେଳେ ମାତ୍ର ୪୫୦୦ଟୀକା ଅନୁଗୁଳ ଜିଲ୍ଲା ପାଇ ପ୍ରଦାନ କରାଯାଇଥିଲା ଯାହା ପର୍ଯ୍ୟାପ୍ତ ପରିମାଣର ନୁହେଁ ତେଣୁ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଟିକା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରିବା ନେଇ ଶ୍ରୀଯୁକ୍ତ ସିଂହ ଦାବି କରିଛନ୍ତି । ଜିଲ୍ଲା ପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ପ୍ରଦାନ କରିଲେ ଅନୁଗୁଳ ଜିଲ୍ଲାର ସମସ୍ତ  ୧୮ ରୁ ୪୪ ବର୍ଷ ବୟସର ଲୋକମାନେ ଟୀକା କରଣରେ ସାମିଲ ହେବା ସହିତ ଅନୁଗୁଳ ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ ଏବଂ ଏହି କୋଭିଡ୍ ମହାମାରୀକୁ ଆମେ ହରାଇପାରିବେ ସେ କହିଛନ୍ତି ।

 

Advertisement

Leave a Reply

Your email address will not be published. Required fields are marked *