ଅପରାଧ ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ Angul OnlineAugust 15, 2022August 15, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ ସମୟରେ ଚୋରୀ ହେଉଛି । ଗାଡି ଡ୍ରାଇଭର ମାନେ ଯେତେ ଜଗିଲେ ବି ବାରମ୍ବାର ଚୋରୀ ହେଉଥିବାରୁ ଗାଡିର କର୍ମଚାରୀ ଏବଂ ମାଲିକଙ୍କ ଚିନ୍ତା କାମୁ ନାହିଁ । ତେବେ ଆଜି ହିଙ୍ଗୁଳା ଖଣି ଅଞ୍ଚଳରୁ ଡିଜେଲ ଚୋରୀ କରୁଥିବା ବେଳେ ଜଣେ ଚୋରକୁ ଧରି ବାନ୍ଧିଦେବା ସହ ନିର୍ଧୂମ ମାଡ ମାରି ପୁଲିସର ଜିମା ଦେଇଛନ୍ତି ଲୋକ । ସୂଚନା ଅନୁସାରେ ହିଙ୍ଗୁଳା ଖଣି ନିକଟରେ ଛିଡା ହୋଇଥିବା ଏକ ଟ୍ରାକରୁ ଦୁଇଜଣ ଯୁବକ ଆସି ଡିଜେଲ ଟାଙ୍କି ତାଡି ତେଲ ଚୋରୀ କରୁଥିଲେ । ତେବେ ସେମାନେ ତେଲ ଜାରରେ ତେଲ କାଢୁଥିବା ବେଳେ କିଛି ଡ୍ରାଇଭରଙ୍କ ନଜରକୁ ଆସିବା ପରେ ଡ୍ରାଇଭାର ମାନେ ଏକାଠି ହୋଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଥିଲେ । ତାକୁ ଟ୍ରକରେ ବାନ୍ଧି ନିରଧୂମ ଛେଚିଥିଲେ । ପରେ ପୁଲିସକୁ ଖବର ଦେଇ ତାକୁ ପୁଲିସର ଜିମା ଦେଇଥିବା ଜଣା ପଡିଛି । Advertisement
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…
ଦାଦାବଟି ନଦେବାରୁ ଦୋକାନୀକୁ ଆକ୍ରମଣ – ଭାଙ୍ଗିଦେଲା ଦୋକାନ ଅନୁଗୁଳ – ଦାଦାବଟି ମାଗିଲା , ନ ଦେବାରୁ ଦୋକାନ ଉଜାଡ଼ି ଦେବା ସହ ଛୁରୀ ରେ ଆକ୍ରମଣ କଲା ଦୁର୍ବୃତ୍ତ । ଅନୁଗୁଳ ଟାଉନ୍ ଥାନା…
ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ…